ପାଇଖାନାରେ ବେକରେ ଲୁଙ୍ଘି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ବନ୍ଦର ସାହିର ସୁମୁନାଥ ଗୌଡ଼(୨୩) ନାମକ ଯୁବକ ପାଇଖାନାରେ ବେକରେ ଲୁଙ୍ଘି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର ପରିଡା, ମହିଳା ଏସଆଇ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାରସହ ମୃତଦେହକୁ ଜବତ କରିଛନ୍ତି। ଏଥିସହ ଛତ୍ରପୁର ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ଏନେଇ ଗଞ୍ଜାମ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଥିବା ଜଣାପଡିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।ସୂଚନା ଯୋଗ୍ୟ ଯେ ଯୁବକ ଜଣକ ବେଙ୍ଗଲୁରରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ସେ ଘରକୁ ଆସିଥିଲେ। ମୃତ ଯୁବକଙ୍କ ବାପାମା’ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଘରେ ଜେଜେମା ଓ ଜଣେ ଅବିବାହିତ ଭଉଣୀ ଅଛନ୍ତି। ଜେଜେ ମା’ଙ୍କୁ ଅଣ୍ଡା ଆଣିବାକୁ କହି ପାଇଖାନାକୁ ଯାଇ ସେ ଆତ୍ମହତ୍ୟା କରିଥିବା ଜେଜେମା ପ୍ରକାଶ କରିଛନ୍ତି।

Spread the love