ହାଇକୋର୍ଟଙ୍କ ନିର୍ଦ୍ଦେଶ: ଏଣିକି ତପସ୍ୱିନୀଙ୍କୁ ଭରଣପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ଦେବେ ସୁମିତ୍

ବ୍ରହ୍ମପୁର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ୱିନୀ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ। ତଳ କୋର୍ଟଙ୍କ ନିର୍ଦ୍ଦେଶଙ୍କୁ କାଏମ୍‌ ରଖିଲେ ହାଇକୋର୍ଟ। ଏବେ ସୁମିତ୍‌ ତପସ୍ୱିନୀଙ୍କୁ ଭରଣ ପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ଦେବେ।ସୂଚନାଯୋଗ୍ୟ ଯେ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଯାଇଥିଲେ ସୁମିତ। ପୂର୍ବରୁ ପ୍ରତି ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ଦେବାକୁ ସୁମିତ୍‌ଙ୍କୁ ନିର୍ଦ୍ଦେଶ ଥିଲା। ତଳ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି। ହାଇକୋର୍ଟ ଶୁଣାଣି କରି କହିଛନ୍ତି ଯେ ଏଣିକି ସୁମିତ୍‌ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ହିଁ ପ୍ରଦାନ କରିବେ। ପ୍ରତି ମାସ ୧୦ ତାରିଖରେ ସୁମିତଙ୍କୁ ଏହି ଅର୍ଥ ଦେବାକୁ ପଡ଼ିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Spread the love