ଡାକ ବିଭାଗରେ ଚାକିରି କରାଇଦେବା କହି ଯୁବକଙ୍କୁ ଚୂନ ମାରୁଥିଲେ ଦୁଇ ଠକ, ଗିରଫ କଲା ଖାରବେଳନଗର ଥାନା ପୋଲିସ

ଭାରତୀୟ ଡାକ ସେବା ବିଭାଗରେ ଚାକିରି କରାଇଦେବା ନାଁରେ ଠକେଇ କରୁଥିବା ଦୁଇ ଜଣ ଠକକୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଦେବୀ ପ୍ରସାଦ ବିଶ୍ବାଳ । ମୁଖ୍ୟ ଅଭିଯୁକ୍ତ ଦେବୀ ପ୍ରସାଦ ବିଶ୍ଵାଳଙ୍କ ପାଖରୁ ପୋଷ୍ଟାଲ ବିଭାଗର ଜାଲ୍ ପରିଚୟ ପତ୍ର, ଦସ୍ତାବିଜ, ଗୋଟିଏ ମୋବାଇଲ ଫୋନ, ଗୋଟିଏ ଏଟିଏମ କାର୍ଡ ଜବତ କରିଛି ପୋଲିସ । ଦେବୀର ଅନ୍ୟତମ ସହଯୋଗୀ ଶୁଭେନ୍ଦୁ ଠାରୁ ଗୋଟିଏ ସିପିୟୁ, କମ୍ପ୍ୟୁଟର ମନିଟର ,ପ୍ରିଣ୍ଟର, ମୋବାଇଲ ଫୋନ ସହ ବିଭିନ୍ନ ପ୍ରକାରର ୭୮ଟି ରବର ଷ୍ଟାମ୍ପ ଜବତ ହୋଇଛି। ସମୁଦାୟ ୨୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡିଛି।
ଏହି ଠକେଇରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଘରେ ଗତକାଲି ଖାରବଳେ ନଗର ପୁଲିସ ଚଢାଉ କରିଥିଲା । ଅଭିଯୁକ୍ତ ବିକି ଓରଫ ଦବୀପ୍ରସାଦ ବିଶ୍ଵାଳ ଯାଜପୁର ଜିଲ୍ଲାରୁ ଆସି ରାଜଧାନୀର ବଡଗଡ଼ ବ୍ରିଟ କଲୋନୀରେ ରହୁଥିଲେ ଏବଂ ନିଜର ପ୍ରକୃତ ପରିଚୟକୁ ଆତ୍ମଗୋପନ ରଖିଥିଲେ। ଭୁବନେଶ୍ୱର, କଟକ ଓ ଯାଜପୁର ଜିଲ୍ଲାରେ ଅନେକ ଚାକିରି ପାଇବା ଆଶାୟୀ ପାର୍ଥୀଙ୍କୁ ସେ ଭାରତୀୟ ଡାକ ସେବା ବିଭାଗରେ ଚାକିରି କରିଥିବା ପରିଚୟ ଦେଇଥିଲେ । ଦେବୀ ପ୍ରସାଦ ବିଶ୍ବାଳଙ୍କ ନାମରେ ଏହି ମାସରେ ଯାଜପୁର ଜିଲ୍ଲା ସଦର ଥାନାରେ ଗୋଟିଏ, ଭୁବନେଶ୍ୱରର ଚନ୍ଦ୍ରଶେଖପୁର ଓ ଶହୀଦନଗର ଥାନାରେ ଗୋଟିଏ ଲେଖାଏଁ ଠକେଇ ମାମଲା ରୁଜୁ କରାଯାଇଛି । ରାଜ୍ୟର ଅନେକ ଲୋକଙ୍କୁ ଅହୁରି ସେ ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଛି।

Spread the love