ଗାଡିରେ ଲିଫ୍ଟ ଦେବା ବାହାନାରେ ଲୁଟ

ଭୁବନେଶ୍ୱର : ରାଜଧାନୀରେ ପୁଣି ଲୁଟର ଖବର ଆଜି ସାମ୍ନାକୁ ଆସିଛି। ଏଥର ଲୁଟ ପାଇଁ ଦୁର୍ବୃତ୍ତ ଲିଫ୍ଟ ବାହାନା ଆପଣାଇଛନ୍ତି। ଏଭଳି ଘଟଣା ଘଟିଛି ରାଜଧାନୀରେ। ବେଙ୍ଗାଲୁରୁରୁ ଭୁବନେଶ୍ୱର ଫେରିଥିବା ଜଣେ ଯୁବକ ଲୁଟର ଶିକାର ହୋଇଛନ୍ତି। ଉକ୍ତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଲୁଟେରାମାନେ ତାଙ୍କୁ ଲିଫ୍ଟ ଦେବା ସହ ନିଶା ଦେଇ ଲୁଟ କରିଛନ୍ତି। ସତସଙ୍ଗ ବିହାର ନିକଟରୁ ଯୁବକଙ୍କୁ ଲିଫ୍ଟ ଦେଇ ସାଙ୍ଗରେ ନେଇ ଲୁଟିଛନ୍ତି। ଗାଡିରେ ଲିଫ୍ଟ ଦେବା ସମୟରେ ମୃଦୁପାନୀୟରେ ନିଶା ଦେଇ ୭୫ ହଜାର ଟଙ୍କା ଲୁଟିବା ପରେ ଛତିଆ ନିକଟରେ ଉକ୍ତ ଯୁବକଙ୍କୁ ଛାଡି ଦେଇ ଫେରାର ହୋଇ ଯାଇଛନ୍ତି। ଏନେଇ ସହିଦ ନଗର ଥାନାରେ ଯୁବକ ଅଭିଯୋଗ କରିଥିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Spread the love