ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଆଗୁଆ ଜାମିନ

କଟକ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ମିଳିଛି ଆଗୁଆ ଜାମିନ । ଓଡିଶା ହାଇକୋର୍ଟରୁ ଜାମିନ ପାଇଛନ୍ତି ଓରାମ । ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥିନୀଙ୍କ ପାଇଁ ସହାୟତା ଲୋଡିବାକୁ ଯାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଠାରୁ ଅଶାଳୀନ ବ୍ୟବହାରର ଶିକାର ହୋଇଥିବା ସାଂସଦଙ୍କ ଜିଲ୍ଲା ଶ୍ରମ ପ୍ରତିନିଧି ଗୌରୀ ମୁଣ୍ଡାରୀ ଅଭିଯୋଗ କରିଥିଲେ । ଜୁଏଲ ଫୋନ୍‌ରେ ତାଙ୍କ ବ୍ୟକ୍ତିଗତ ଚରିତ୍ରକୁ ନେଇ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଆରୋପ ଲଗାଇ ରାଉରକେଲା ଝିରପାଣି ଥାନାରେ ସେ ଅଭିଯୋଗ କରିଥିଲେ । ଏପରିକି ଜୁଏଲଙ୍କ ଗାଳିଗୁଲଜକୁ ପ୍ରତିବାଦ କରି ଗୌରୀ ସେକ୍ଟର-୩ସ୍ଥିତ ପାର୍ଟି ଅଫିସ୍‌ରେ ପହଞ୍ଚି ଭଙ୍ଗାରୁଜା କରିଥିଲେ । ଅଫିସ୍‌ ଭଙ୍ଗା ଘଟଣାରେ ପାର୍ଟି ଅଫିସ୍‌ରୁ ସେକ୍ଟର-୩ ଥାନାରେ ଗୌରୀ ନାଁରେ ଲିଖିତ ଅଭିଯୋଗ କରାଯାଇଥିଲା । ସେପଟେ ମହିଳାଙ୍କ ଅଭିଯୋଗ ପରେ ଓରାମଙ୍କ ପକ୍ଷରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର ହୋଇଥିଲା ।

 

Spread the love