ପୁଣି ଏମାର ମଠରେ ଯାଞ୍ଚ
ପ୍ରଶାସନ ପକ୍ଷରୁ ପୁଣି ଥରେ ଏମାର ମଠ ଯାଞ୍ଚ । ପ୍ରତ୍ନତାତ୍ତ୍ବିକ ବିଭାଗ ଗୋଲେଇ ଚିହ୍ନିତ ସ୍ଥାନର ଖନନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ପାଞ୍ଚଟି ସ୍ଥାନ ମେଟାଲଡିଟେକ୍ଟର ସାହାଯ୍ୟରେ ଚିହ୍ନଟ ହୋଇ ଖନନ କରାଯାଇଛି । ଗତ ସେପ୍ଟେମ୍ବର 16 ତାରିଖରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକନିକ ଯାଞ୍ଚ କରାଯାଇଥିଲା । 3ଟି ସ୍ଥାନରେ ଗୋଲେଇ ଚିହ୍ନଟ କରାଯାଇ ଖୋଳାଯିବା ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ମେଟାଲ ଡିଟେକ୍ଟରଟି ଦେଢ଼ ଫୁଟ ପର୍ଯ୍ୟନ୍ତ ଚିହ୍ନଟ କରିପାରୁଥିବାରୁ ଟ୍ରଷ୍ଟ ବୋର୍ଡ଼ ତରଫରୁ ଅସନ୍ତୋଷ ରହିଥିଲା ଏବଂ ଚାରିଫୁଟ ପର୍ଯ୍ୟନ୍ତ ଚିହ୍ନଟ କରାଗଲା ଭଳି ଡିଟେକ୍ଟର ବ୍ୟବହାର କରିବାକୁ ଦାବି ହୋଇଥିଲା । ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ବତନ୍ତ୍ର ଟିମ୍ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଉପ ଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର, ଏଣ୍ଡାମେଣ୍ଟ ଅଧିକାରୀ ଆଦି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଯାଞ୍ଚ ଚାଲିଛି । ଟ୍ରଷ୍ଟ ମୁଖ୍ୟଙ୍କ ସହ ସଦସ୍ୟମାନେ ଉପସ୍ଥିତ ଅଛନ୍ତି । ପୂର୍ବରୁ ଏମାର ମଠରୁ ୨୦୧୧ରେ ୫୨୨ ଖଣ୍ଡ ରୂପା ଇଟା ଜବତ ହୋଇଥିବା ବେଳେ ପରେ ୨୦୨୧ ଏପ୍ରିଲରେ ୪୫ଖଣ୍ଡ ଉଦ୍ଧାର ହୋଇଥିଲା । ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାର ମଠ ଯାଞ୍ଚ କରାଯାଉଛି। ଆଜି ମଧ୍ୟ ଚିହ୍ନଟ ସ୍ଥାନକୁ ଖୋଳାଯାଉଛି । ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକନିକ ଯାଞ୍ଚ କରାଯାଉଛି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ବତନ୍ତ୍ର ଟିମ୍ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମଠ ପରିଚାଳନା ଦାୟିତ୍ବରେ ଥିବା ଉତ୍ତରପାର୍ଶ୍ବ ମଠର ମହନ୍ତଙ୍କ ନାରାୟଣ ରାମାନୁଜ ଦାସଙ୍କ ଲିଖିତ ନିବେଦନକୁ ବିଚାର କରି ଏହି ଯାଞ୍ଚ କରାଯାଉଛି ।