ଭୂକମ୍ପରେ ଥରିଲା ଉତ୍ତର ଭାରତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା । ଜମ୍ମୁ କଶ୍ମୀର, ନୋଏଡା ଓ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ସକାଳ ୯ଟା ୪୫ ମିନିଟରେ ଆଫଗାନିସ୍ତାନ ଓ ତାଜିକସ୍ତାନ ସୀମାରେ ୫.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଛି । ଯାହାର ଦ୍ରାଘିମା ୩୬.୩୪୦ ଥିବା ବେଳେ ଅକ୍ଷାଂଶ ୭୧.୦୫ ରହିଛି ଯାହାର ପ୍ରଭାବରେ ଜମ୍ମୁକାଶ୍ମୀର, ନୋଏଡା ଓ ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ସେହିପରି ଉତ୍ତରାଖଣ୍ଡରେ ୩.୬ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ଦ୍ରାଘିମା ୩୧.୧୪ ଥିବା ବେଳେ ଅକ୍ଷାଂଶ ୭୮.୦୬ ରହିଛି । ଏହାର କେନ୍ଦ୍ରସ୍ଥଳ ଉତ୍ତରକାଶୀଠାରୁ ୫୮ କିଲୋମିଟର ଦୂରରେ ରହିଛି । ଏନେଇ ଜାତୀୟ ସେସମୋଲୋଜି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

Spread the love