ସୋମବାର ଖୋଲିବ ସ୍କୁଲ, ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି : ମନ୍ତ୍ରୀ

ପୁରୀ ୦୫/୦୨: ଆଉ ଗୋଟିଏ ଦିନ ପରେ ଅର୍ଥାତ୍ ସୋମବାର ଖୋଲିବ ସ୍କୁଲ, କଲେଜ । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ଆରମ୍ଭ ହେବ ପାଠପଢା । ତେବେ ଏଥିପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

୭ ତାରିଖରୁ ନବମ ଓ ଦଶମ ଶ୍ରେଣୀ ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଆସନ୍ତା ୧୪ ତାରିଖରୁ କେ.ଜି ରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୧୦ରୁ ଦିନ ଗୋଟାଏଁ ଯାଏ କ୍ଲାସ ଚାଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ।

Spread the love