ସ୍ୱାମୀ ଓ ସ୍ତ୍ରୀଙ୍କୁ ପିଟିଲେ ଶାଶୁ

ଭଦ୍ରକ, ୦୫।୦୨: ପ୍ରେମ ବିବାହ କରିଥିଲେ ହେଲେ କିଛି ଯୌତୁକ ଆଣିନଥିଲେ । ସେଥିପାଇଁ ଶ୍ବଶୁର ଘର ଲୋକେ ନିର୍ଯାତନା ଦେଉଥିଲେ । ପୂର୍ବରୁ କଥା ଥାନାକୁ ଯାଇଥିଲା । କିନ୍ତୁ ସମାଧାନ ହୋଇନଥିଲା । ଏବେ କିନ୍ତୁ ସଙ୍ଗବଦ୍ଧ ଆକ୍ରମଣ ହୋଇଛି । ସେ ପୁଣି ଗାଁ ଦାଣ୍ଡ ରେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଇଚ୍ଛଦା ଗ୍ରାମରେ ।

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଇଚ୍ଛଦା ଗାଁ ର ପଦ୍ମନାଭ ରାଉତ, ସୀମାରଣୀ ନାମକ ଜଣେ ଝିଅକୁ ପ୍ରେମ ବିବାହ କରିଥିଲେ । ତାଙ୍କ ସ୍ତ୍ରୀଙ୍କୁ ପଦ୍ମନାଭଙ୍କ ଘର ଲୋକେ ବିରୋଧ କରିବା ସହ ନିର୍ଯାତନା ଦେଉଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ ପରେ ମଧ୍ୟ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସୀମାରଣୀଙ୍କୁ ତାଙ୍କ ଦେଢଶୁର, ଶାଶୁ ଓ ଅନ୍ୟ ସମ୍ପର୍କୀୟମାନେ ମାଡ ମାରିଥିବା ବେଳେ ସ୍ୱାମୀ ଅଟକାଇବାକୁ ଆସିଥିଲେ ଓ ପରେ ଉଭୟଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା ।

ସ୍ୱାମୀ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସ୍ତ୍ରୀ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆକ୍ରମଣ କରିଥିବା ପକ୍ଷଙ୍କ ସହ ଯୋଗାଯୋଗ ହୋଇନଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Spread the love