ଚୀନ୍‌ ଯାଇ ଅପମାନିତ ହେଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ବେଜିଂ ୫।୨: ଚୀନ୍‌ ଗସ୍ତରେ ପହଞ୍ଚିଥିବା ପାକ୍ ପ୍ରଧାନମନ୍ତ୍ରୀଙ୍କ ଦଳକୁ ଅପମାନିତ ହେବାକୁ ପଡିଛି। ବେଜିଂ ୱିଣ୍ଟର ଅଲିମ୍ପିକ ବେଳେ ପହଞ୍ଚିଥିବା ଏହି ପ୍ରତିନିଧି ଦଳ ଏକ ଅନ୍ତର୍ଜାତୀୟ ବୈଠକରେ ଯୋଗଦେବାର ଥିଲା। ତେବେ ସେମାନେ ଯେଉଁ ବୈଠକ ଲାଗି ଏତେ ଦୂରରୁ ଆସିଛନ୍ତି ତାହା ଅନଲାଇନ ଅନୁଷ୍ଠିତ ହେଉଥିବା ଅଧିକାରୀମାନେ କହିଥିଲେ। ଏଣୁ ବୈଠକ ସ୍ଥଳକୁ କାହାରିକୁ ଛାଡି ଦେଇନଥିଲେ। ଏଥିରେ ଅଧିକାରୀଙ୍କ ସହ ପାକ୍ ପ୍ରଧାନମନ୍ତ୍ରୀଙ୍କୁ କଥା ହେବାକୁ ପଡିଥିଲା। ହେଲେ ସେ ତାଙ୍କର ପଦଟିଏ ବି ଶୁଣି ନଥିଲେ।

ଚୀନ୍‌ ୱିଣ୍ଟର ଅଲିମ୍ପିକ ଲାଗି ଦେଶ ଜିରୋ କୋଭିଡ ଗାଇଡଲାଇନ ପାଳନ କରୁଛି। ଏଥିରେ ବନ୍ଧୁତ୍ୱର ଦ୍ୱାହୀ ଦେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ବେଜିଂରେ ପହଞ୍ଚିଥିବା ଶାହା ମେହମୁଦ କ୍ୟୁରେସୀ, ଅର୍ଥମନ୍ତ୍ରୀ ଶୌକତ ତାରିନ, ଯୋଜନା ମନ୍ତ୍ରୀ ଅସଦ ଉମର, ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫଙ୍କ ସମେତ ବରିଷ୍ଠ ନେତା ଓ ଅଧିକାରୀଙ୍କୁ ଏହି ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି।

ଚୀନ୍‌ରେ ଥାଇ ମଧ୍ୟ ଏହି ପ୍ରତିନିଧି ମଣ୍ଡଳ ନ୍ୟାସନାଲ ଡେଭଲପମେଣ୍ଟ ଏଣ୍ଡ ରିଫର୍ମ କମିଶନ ଚେୟାରମ୍ୟାନ ଓ ପ୍ୟୁପିଲସ ପଲିଟିକଲ କନସଲଟେଟିଭ କମିଟି ଉପାଧ୍ୟକ୍ଷଙ୍କ ଭର୍ଚୁଆଲ ବୈଠକରେ ଅଂଶଗ୍ରହଣ କରିବାକୁ ପଡିଛି। ପାକ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ରେ ଏହି ସୂନଚା ଦିଆଯାଇଛି। ଏଥିରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଇମ୍ରାନଙ୍କ ବ୍ୟକ୍ତିଗତ ସାକ୍ଷାତ ହୋଇପାରିବ କି ନା ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ।

ତେବେ ପାକ୍ ପ୍ରଧାନମନ୍ତ୍ରୀ ଚୀନରେ ଅପଦସ୍ତ ଓ ଅପମାନିତ ହେବା କିଛି ନୂଆ କଥା ନୁହେଁ। ନିଜକୁ ଚୀନ୍‌ର ମିତ୍ରରାଷ୍ଟ୍ର ବୋଲି ଦାବି କରୁଥିଲେବି ସେ ଦେଶରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୌଣସି ଓଜନ ହିଁ ନାହିଁ। ୨୦୧୯ରେ ବେଜିଂରେ ଅନୁଷ୍ଠ ଚୀନ୍‌ର ମହତ୍ୱାକାଙକ୍ଷୀ ବେଲ୍ଟ ଏଣ୍ଡ ରୋଡ ସମ୍ମିଟରେ ଯୋଗଦେବାକୁ ଯାଇଥିବା ଇମ୍ରାନଙ୍କୁ ବେଜିଂ ମ୍ୟୁନସିପାଲ କମିଟିର ଡେପୁଟି ଜେନେରାଲ ସେକ୍ରେଟାରୀ ଲି ଲେଫିଙ୍ଗ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଏହାକୁ ସେତେବେଳେ ପାକିସ୍ତାନର ଲୋକେ ସହଜରେ ଗ୍ରହଣ କରିପାରିନଥିଲେ।

ଏବେକା ପରିସ୍ଥିତି ଭିନ୍ନ। ପାକିସ୍ତାନ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଅଲିମ୍ପିକ କାଳରେ ହେବାକୁ ଥିବା ରାଜନୈତିକ ସାକ୍ଷାତ ବେଳେ ଦେଶ ଲାଗି ଆଉ କିଛି କୋଟି ଡଲାରର ଆର୍ଥିକ ସହାୟତା ବନ୍ଦୋବସ୍ଥ ଲାଗି ଇମ୍ରାନ ଓ ତାଙ୍କ ପ୍ରତିନିଧି ଦଳ ଚୀନ୍‌ ଗସ୍ତ କରିଛନ୍ତି। ଏଥିରେ ଯଦି ଜିନପିଙ୍ଗଙ୍କ ସହ ଇମ୍ରାନଙ୍କ ସାକ୍ଷାତ ଆଲୋଚନା ହୋଇ ନ ପାରିବ ତେବେ ସେମାନଙ୍କ ବିମାନ ଭଡା ବାବଦ ଅର୍ଥ ପାଣିରେ ପଡିବା ଭଳି ହେବ। ଏଣୁ ଯାହାବି ହେଉ ଆର୍ଥିକ ସହାୟତା ଲାଗି ଇମ୍ରାନ ଓ ତାଙ୍କ ଦେଶ ଏହାକୁ ହଜମ କରିବାକୁ ଏବେ ବାଧ୍ୟ।

Spread the love