ହିମାଚଳ ପ୍ରଦେଶରେ ପ୍ରବଳ ତୁରାଷପାତ, -୨.୧ ଡିଗ୍ରିକୁ ଖସିଲା ଶିମଲାର ତାପମାତ୍ରା

ନୂଆଦଲ୍ଲୀ,୦୫।୦୨ :  ହିମାଚଳ ପ୍ରଦେଶରେ ଦୁଇ ଦିନ ଲଗାଣ ତୁଷାରପାତ ରାଜ୍ୟର ପାଗରେ ପୁଣି ପରିବର୍ତ୍ତନ ଆଣିଛି । ଶିମଲାର ତାପମାତ୍ରା -୨.୧ ଡିଗ୍ରି ରେକର୍ଡ ହୋଇଛି, ଯାହା ଚଳିତ ବର୍ଷର ସର୍ବନିମ୍ନ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ଲହୁଲ ସ୍ପିତିର ଜିଲ୍ଲାର କିଲଙ୍ଗରେ ତାପମାତ୍ରା -୧୨.୫ ଡିଗ୍ରିକୁ ଖସିଆସିଥିବା ରେକର୍ଡ କରାଯାଇଛି। ଅନ୍ୟପଟେ ସେଓ ଉତ୍ପାଦନ ପାଇଁ ପ୍ରସିଦ୍ଧ କିନ୍ନାଉର ଜିଲ୍ଲା କାଲ୍ପାରେ ମଧ୍ୟ ତାପମାତ୍ରା -୭ ଡିଗ୍ରି ରେକର୍ଡ କରାଯାଇଥି । ଏହାସହ ମନାଲିରେ ପାରଦର -୪.୪ ଡିଗ୍ରିକୁ ଖସିଆସିଛି।

ଗତ ୨୪ ଘଣ୍ଟାରେ ପର୍ଯ୍ୟଟନସ୍ଥଳୀ କୁଫ୍ରୀରେ ସର୍ବାଧିକ ତୁଷାରପାତ ହୋଇଛି ଏଠାରେ ୬୦.୦ ସେମି ବରଫ ବର୍ଷା ରେକର୍ଡ କରାଯାଇଛି । ଏହାସହ ଛୋପଲରେ ୪୫.୭ ସେମି ଏବଂ ସିମଲାରେ ୩୨.୬ ସେମି ବରଫ ବର୍ଷା ରେକର୍ଡ କରାଯାଇଛି । ଏହାକୁ ନଜରରେ ରଖି ରାଜ୍ୟ ପୋଲିସ ପକ୍ଷରୁ ଯାତ୍ରା ପାଇଁ ପରାମର୍ଶ ଜାରି କରାଯାଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୭୫୪ଟି ସଡକ ପଥ ଏବଂ ୩ଟି ଜାତୀୟ ରାଜପଥରେ ସେବା ବାଧାପ୍ରାପ୍ତ ହୋଇଛି । ବରଫ ପାଇଁ ବନ୍ଦ ହୋଇଥିବା ଏହି ରାସ୍ତା ଗୁଡିକୁ ସଫା କରାଯାଉଥିବା ପରିବହନ ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

Spread the love