ନାରୀ ମାନଙ୍କର ଏହି ଅଙ୍ଗରେ ଥିଲେ କଳାଜାଇ ହୋଇଥାନ୍ତି ଭାଗ୍ୟଶାଳୀ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତେକ ବ୍ୟକ୍ତିର ଶରୀର ର କୌଣସି ନା କୌଣସି ଅଙ୍ଗରେ କଳାଜାଇ ବା ତିଳ ଚିହ୍ନ ରହିଥାଏ । ସାଧାରଣତ ନାରିଙ୍କ ବାମ ଅଙ୍ଗରେ ଓ ପୁରୁଷଙ୍କ ଡାହାଣ ଅଙ୍ଗରେ କଳାଜାଇ ବା ତିଳ ଚିହ୍ନ ଥିଲେ ଶୁଭ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ନାରୀ ମାନଙ୍କର କେଉଁ ଅଙ୍ଗରେ କଳାଜାଇ ରହିବେ ସେହି ନାରୀ ସୁଗୁଣା, ସୁଶିଳା ହେବା ସହ ଧନ ଓ ଐଶ୍ଵର୍ଯ୍ୟ ସମ୍ପନ୍ନ ହୋଇଥାଏ । ନାରୀ ମାନଙ୍କର ନାଭି ତଳେ କଳାଜାଇ ରହିଲେ ଏହା ଉତ୍ତମ ହୋଇଥାଏ । ଏହି ଅଙ୍ଗରେ କଳାଜାଇ ରହିଲେ ସବୁ ପ୍ରକାରର ଭୋଗ ବିଳାସ ତଥା ଗାଡି, ଘର ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ । ସେହିପରି ନାରୀର ପିଠିରେ କଳାଜାଇ ଥିଲେ ସେହି ନାରୀ ରୋମାଣ୍ଟିକ ପ୍ରକ୍ରତିର ହୋଇଥାନ୍ତି । ଧନର ବୃଦ୍ଧି ହେବା ସହ ଖର୍ଚ୍ଚ କମ ହୋଇଥାଏ । ନାରୀର ମଥାରେ ତିଳ ଚିହ୍ନ ଥିଲେ ସେହି ନାରୀ ଧନୀ ପୁରୁଷକୁ ବିବାହ କରିଥାଏ । ଏଭଳି ନାରୀର ସ୍ଵାମୀ ବହୁତ ଧନବାନ ହୋଇଥାନ୍ତି । ଏଭଳି ନାରୀଙ୍କୁ ସବୁ ସୁଖ ମିଳିବା ସହ ସ୍ୱାସ୍ଥ୍ୟ ଭଲ ରହିଥାଏ । ନାରୀ ମାନଙ୍କର ବିଶି ଆଙ୍ଗୁଳିରେ କଳାଜାଇ ଥିଲେ ସେହି ନାରୀ ଧନବାନ ହୋଇଥାଏ । ନାରୀଙ୍କର ପରି ଆଙ୍ଗୁଳିରେ କଳାଜାଇ ଥିଲେ ସେହି ନାରୀ ଧନ, ଯଶ ଓ ସବୁ ପ୍ରକାରର ସୁଖ ପାଇବା ସହ ଉଚ୍ଚ ପଦବୀ ପାଇଥାଏ । ନାରୀଙ୍କର ମଧ୍ୟମ ଆଙ୍ଗୁଳିରେ କଳାଜାଇ ଥିଲେ ସେହି ନାରୀ ଶାନ୍ତ ସ୍ଵଭାବର ହୋଇଥାଏ । ନାରୀଙ୍କର କନିଷ୍ଠା ଆଙ୍ଗୁଳିରେ କଳାଜାଇ ଥିଲେ ସବୁ ଯଶ ମିଳିଥାଏ କିନ୍ତୁ ମନରେ ଅସାନ୍ତି ରହିଥାଏ । ହାତର ପାପୁଲିରେ ନାରୀଙ୍କର ତିଳ ଚିହ୍ନ ଥିଲେ ସେହି ନାରୀ ଭାଗ୍ଯଶାଳୀ ହେବା ସହ ଜୀବନରେ କୌଣସି ଅଭାବ ରହେ ନାହି । ଗଳାରେ ନାରୀଙ୍କର କଳାଜାଇ ଥିଲେ ସେହି ନାରୀ ବହୁତ ଉତ୍ତମ ହେବା ସହ ସ୍ଵାମୀ ଓ ପରିବାର ପ୍ରତି ସମର୍ପଣ ରହିଥାନ୍ତି । ନାରୀଙ୍କର ଅଣ୍ଟାରେ କଳାଜାଇ ଥିଲେ ସେହି ନାରୀ ଉଚ୍ଚ ପଦବୀରେ ପହଞ୍ଚିଥାଏ । ଏମାନେ ଭୋଗ ବିଳାସର ଅଧିକାରୀ ହୋଇଥାନ୍ତି । ନାରୀଙ୍କର ଜଙ୍ଘରେ ତିଳ ଚିହ୍ନ ଥିଲେ ପୁରୁଷ ମାନଙ୍କୁ ସମୋହନ କରି ତାଙ୍କ ଇସାରାରେ କାର୍ଯ୍ୟ କରାଇଥାନ୍ତି । ବାହୁ ବା ହାତରେ ନାରିଙ୍କର ତିଳ ଚିହ୍ନ ଥିଲେ ବହୁତ ଶୁଭ ହୋଇଥାଏ । ନାରୀର ଉଠ ତଳେ ତିଳ ଚିହ୍ନ ଥିଲେ ଧନର ଭଣ୍ଡାର ରହିଥାଏ । ନାରିଙ୍କର ଗାଲରେ କଳାଜାଇ ଥିଲେ ଶୁଭ ହେବା ସହ ଧନୀ କରାଇଥାଏ । ବିବାହ ପରେ ଏଭଳି ନାରୀ ସୁଖରେ ରହିଥାନ୍ତି । ମଥାରେ କଳାଜାଇ ଥିଲେ ରାଜଯୋଗ ହୋଇଥାଏ । ଏମାନଙ୍କର ଦାଂପତ୍ଯ ଜୀବନ ସୁଖମୟ ହେବା ସହ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ନାରୀଙ୍କର ଛାତିରେ କଳାଯାଇ ଥିଲେ ସେମାନେ ଖୁସିରେ ରହିଥାନ୍ତି । ଏମାନଙ୍କୁ ଉତ୍ତମ ସ୍ଵାମୀ ମିଳିବା ସହ ଐସ୍ଵର୍ଜ୍ୟ ମିଳିଥାଏ । ନାରିଙ୍କର ଓଠ ଉପରେ କଳାଜାଇ ଥିଲେ ମାନ ସମାନ ପ୍ରାପ୍ତି ହୋଇଥାଏ ।

 

Spread the love