ମଣିଷ କେଉଁ ସବୁ କର୍ମ କଲେ ତାର ଆୟୁସ କମି କଇ ଯାଏ ?

ପ୍ରତେକ ବ୍ୟକ୍ତିଙ୍କର ଇଚ୍ଛା ରହିଥାଏ ଅଧିକ ଦିନ ପର୍ଯ୍ଯନ୍ତ ଜୀବିତ ରହିବା ପାଇଁ । କିନ୍ତୁ କିଛି ଲୋକଙ୍କର ସ୍ଵପ୍ନ ଅଧୁରା ରହିଯାଏ । କିଛି ଲୋକଙ୍କର କମ ବୟସରେ ମୃତ୍ୟୁ ହୋଇଯାଏ । କଣ ଆପଣ ମାନେ ଅଜାଣିଛନ୍ତି କିଛି କର୍ମ ଦ୍ଵାରା ମଣିଷର ଆୟୁଷ କମି ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ମଣିଷର କେଉଁ କର୍ମ ଦ୍ଵାରା ତାର ଆୟୁ କମ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯେଉଁ ବ୍ୟକ୍ତି ଧାର୍ମିକ କଥାକୁ ଉଲଂଘନ ବା ନିନ୍ଦା କରିଥାନ୍ତି ତାଙ୍କର ଆୟୁ କମ ଯାଇଥାଏ । ଯେଉଁ ମଣିଷ ଧାର୍ମିକ କର୍ମ ଭଲ ଭାବେ ଅନୁସରଣ କରିଥାନ୍ତି ଓ ସର୍ବଦା ସତ ମାର୍ଗରେ ଚାଲିଥାନ୍ତି ପ୍ରାୟ ଏଭଳି ମଣିଷ ୧୦୦ ବର୍ଷ ଯାଏଁ ବଞ୍ଚିଥାନ୍ତି ।

୨- ମଣିଷର ବ୍ୟବହାର ଦ୍ଵାରା ତାର ଶତ୍ରୁ ଓ ମିତ୍ରର ପରିଚୟ ସୃଷ୍ଟି କରିଥାଏ । ଯେଉଁ ମଣିଷ ସମସ୍ତଙ୍କ ସହ ଭଲ ଭାବେ କଥା ହୁଏ କେବେ ଅଶବ୍ଦ କହି ନ ଥାଏ ଆଉ ତାଙ୍କର ସକ୍ଷମ ଅନୁସାରେ ଅନ୍ୟକୁ ସାହାଜ୍ଯ କରିଥାନ୍ତି ଏଭଳି ଲୋକଙ୍କର ଆୟୁ ବୃଦ୍ଧି ହୋଇଥାଏ ।

୩- ଗୁରୁଜନ ମାନଙ୍କ ସହ ଯେଉଁ ବ୍ୟକ୍ତି ସମ୍ମାନର ସହ କଥା ହୋଇଥାନ୍ତି ସେମାନଙ୍କର ଆୟୁ ବୃଦ୍ଧି ହୋଇଥାଏ । ଯେଉଁ ବ୍ୟକ୍ତି ସରଳ ସ୍ଵଭାବର ଫାଇଦା ଉଠାଇ ଲୋକଙ୍କୁ ହଇରାଣ ବା ଅତ୍ୟାଚାର କରିଥାନ୍ତି ସେମାନଙ୍କର ଆୟୁଷ କମ ହୋଇଥାଏ ।

୪- ଅନେକ ଲୋଙ୍କର ଖାଦ୍ୟକୁ ଖରାପ କହିବାର ଅଭ୍ଯାସ ରହିଥାଏ । ହିନ୍ଦୁ ଧର୍ମରେ ଅର୍ଣ୍ଣକୁ ଦେବତା ମାନାଯାଏ । ଏଥିପାଇଁ ଖାଦ୍ୟକୁ ଇଶ୍ଵରଙ୍କ ଦାନ ଭାବି ଗ୍ରହଣ କରିବା ଉଚିତ । କେବେ ବି ଖାଦ୍ୟର ନିନ୍ଦା କରିବା ଅନୁଚିତ ।

୫- ଶାସ୍ତ୍ର ଅନୁସାରେ ସକାଳେ ବ୍ରହ୍ମ ମୂହୁର୍ତ୍ତରେ ଉଠିବା ଶୁଭ ମାନାଯାଏ । ସକାଳର ୪ଟା ୫ଟା ମଧ୍ୟରେ ସମୟକୁ ବ୍ରହ୍ମ ମୂହୁର୍ତ୍ତ କୁହାଯାଏ । ଏହି ସମୟରେ ଉଠିବା ବ୍ୟକ୍ତିଙ୍କର ସୁନ୍ଦରତା, ଆୟୁରେ ବୃଦ୍ଧି ହୋଇଥାଏ । ଏହାର ବିପରୀତ ଯେଉଁ ମାନେ ଅଧିକ ସମୟ ଯାଏଁ ସୋଇଥାନ୍ତି ସେମାନକୁ ଶାରୀରିକ ତଥା ମାନସିକ ଯନ୍ତ୍ରଣା ଭୋଗ କରିଥାନ୍ତି ।

୬- କିଛି ଲୋକ ମାନେ ନଖକୁ ଦାନ୍ତରେ ଛିଡାଇଥାନ୍ତି । କିନ୍ତୁ ଏପରି କରିବା ଭୁଲ । ଏହା ଦ୍ଵାରା ଶରୀରରେ ଜୀବାଣୁ ପ୍ରବେଶ କରିବା ସହ ଆୟୁରେ ଗମ୍ଭୀର ପ୍ରଭାବ ପଡିଥାଏ ।

୭- ଯେଉଁ ବ୍ୟକ୍ତି ପ୍ରତି ଦିନ ସ୍ନାନ ନ କରିଥାନ୍ତି ସେମାନଙ୍କର ଆୟୁଷ କମ ହୋଇଥାଏ । ଯେଉଁ ବ୍ୟକ୍ତି ଖୋଲା ସ୍ଥାନରେ ମୁତ୍ର ତ୍ୟାଗ କରିଥାନ୍ତି ସେମାନଙ୍କର ଆୟୁ କମ ହୋଇଥାଏ । କାରଣ ବାତାବରଣରେ ଦୂଷିତ ହୋଇଥାଏ । ତେଣୁ ସର୍ବଦା ଖୋଲା ସ୍ଥାନରେ ମୁତ୍ର ତ୍ୟାଗ ନ କରି ସୌଚାଳୟରେ କରିବା ଉଚିତ ।

୮- ପ୍ରତି ଦିନ ସକାଳେ ଉଠିବା ପରେ ଯୋଗ ବା ବ୍ୟାୟାମ କରିବା ଉଚିତ ବୋଲି ପ୍ରାଚୀନ କାଳରୁ କୁହା ଯାଇଛି । ଏହା ଦ୍ଵାରା ମାନସିକ ଓ ଶାରୀରିକ ସୁସ୍ଥତା ଆସିଥାଏ ।

Spread the love