ବରଯାତ୍ରୀ ଗାଡ଼ି ଦୁର୍ଘଟଣା : ଜଣେ ମୃତ

ନୂଆପଡା ୦୭।୦୨: ବରଯାତ୍ରୀ ଗାଡ଼ି ଦୁର୍ଘଟଣା । ପିକଅପ୍ ଭ୍ୟାନ ଓଲଟି ଜଣେ ମୃତ, ୭ ଗୁରୁତର। ସମସ୍ତ ଆହତଙ୍କୁ ଖଡିଆଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି।  ନୂଆପଡା ଜିଲ୍ଲା ଖଡିଆଳ ଥାନା ସରଗାଦି ଠାରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ,  ବଙ୍ଗୋମୁଣ୍ଡା ଥାନା ପାତଲପଡାରୁ ଖଡିଆଳ ଥାନା ସରଗାଦି ନୂଆପଡାକୁ ଆସୁଥିଲେ ବରଯାତ୍ରୀ।  ହେଲେ  ଖଡିଆଳ ଥାନା ସରଗାଦି ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ଗ୍ରସ୍ତ ପିକଅପ୍ ଭ୍ୟାନରେ ପାଖାପାଖି ୪୦ ରୁ ୫୦ ଲୋକ ଥିଲେ । ଯେଉଁଥିରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ମୃତକଙ୍କ ନାମ ମୁକେଶ ବଚ୍ଛା ବୋଲି ଜଣା ପଡିଛି ।

Spread the love