ଆସନ୍ତା ୧୦ରେ ୟୁପିରେ ପ୍ରଥମ ପର୍ଯ୍ୟାୟ ଭୋଟ୍

ନୂଆଦିଲ୍ଲୀ ୦୭/୦୨: ଆସନ୍ତା ୧୦ରେ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୫୮ ଆସନରେ ହେବ ମତଦାନ। ସାମିଲି, ମିରଟ, ମୁଜାଫରନଗର, ବାଗପତ, ହାପୁର, ଗୌତମ ନଗର, ଗାଜିଆବାଦ, ବୁଲନ୍ଦସର, ମଥୁରା, ଆଗ୍ରା ଆଉ ଆଲିଗଡ ଜିଲ୍ଲା ଏବେ ଦୁଲୁକୁଛି । ଏହିସବୁ ଜିଲ୍ଲାର ୫୮ଟି ଆସନରେ ନିର୍ବାଚନ ଲାଗି ଜୋରଦାର ଚାଲିଛି ପ୍ରଚାର ।

ଆଗାମୀ ୧୦ ତାରିଖରେ ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୫୮ ଆସନରେ ହେବ ମତଦାନ। ସାମିଲି, ମିରଟ, ମୁଜାଫରନଗର, ବାଗପତ, ହାପୁର, ଗୌତମ ନଗର, ଗାଜିଆବାଦ, ବୁଲନ୍ଦସର, ମଥୁରା, ଆଗ୍ରାର ଆଉ ଆଲିଗଡ ଜିଲ୍ଲା ଏବେ ଦୁଲୁକୁଛି। ଏହିସବୁ ଜିଲ୍ଲାର ୫୮ଟି ଆସନରେ ପ୍ରଚାର ଲାଗି ହାତରେ ଆଉ ଦୁଇ ଦିନ। ଏଥିପାଇଁ ଶାସକ ବିରୋଧୀ ସବୁ ଦଳ ଦମ ଲଗାଇଛନ୍ତି। ଦଳର ବଡ ବଡ ହସ୍ତୀମାନେ ପଶ୍ଚିମ ଯୁପିରେ ଡେରା ପକାଇ ଜୋରଦାର ପ୍ରଚାର ଚଳାଉଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭର୍ଚ୍ଚୁଆଲ ରାଲି କରିଛନ୍ତି। ଆଗ୍ରା, ମଥୁରା ଆଉ ବୁଲନ୍ଦସରର ଜନତାଙ୍କୁ ସମ୍ବୋଧନ କରି ଯୋଗୀ ସରକାରର କାମକୁ ପ୍ରଶଂସା କରିଥିବା ବେଳେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ପୁଣି ଥରେ ଯୁପିରେ ବିଜେପି ସରକାରକୁ ସୁଯୋଗ ଦେବା ପାଇଁ ଅପିଲ କରିଛନ୍ତି।

ସେପଟେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ବାଗପତରେ ଆୟୋଜିତ ସଭାକୁ ସମ୍ବୋଧନ କରିଛନ୍ତି। ସମ୍ରାଟ ପୃଥିରାଜ ଚୌହାନ ଡିଗ୍ରୀ କଲେଜ ଗ୍ରାଉଣ୍ଡରେ ଆୟୋଜିତ ସଭାରେ ଅମିତ ଶାହ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଦେବାକୁ ଆହ୍ବାନ ଦେଇଛନ୍ତି। ବିଗତ ସମାଜବାଦୀ ପାର୍ଟି ସରକାରର ଗୁଣ୍ଡାଗର୍ଦି ଉପରେ ବର୍ଷିଛନ୍ତି ଶାହ।

Spread the love