ଉପେନ୍ଦ୍ର ଭଞ୍ଜ ଓ ଅଭିମନ୍ୟୁଙ୍କର ଜୟନ୍ତୀ ଏବଂଆଦିକବି ଓ ଅତିବଡ଼ୀଙ୍କର ତିରୋଧାନ ଉତ୍ସବବିଜେଡି ଦ୍ୱାରା ପାଳିତ

ଭୁବନେଶ୍ୱର ୭/୨:- ଆଜି ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବିଦଗ୍‍ଧ କବି
ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତୀ ଉତ୍ସବ ବାଣୀବିହାର ଠାରେ ଓ ୟୁନିଟ୍‍-୯ ଠାରେ ସେମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଦୀପ ଦାନ ପୂର୍ବକ ପାଳନ କରିଅଛି । ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟ ଭଞ୍ଜଙ୍କର ଓ ଅଭିମନ୍ୟୁଙ୍କ ରଚିତ ପଦ୍ୟାବଳୀ ଆବୃତ୍ତି କରି ଉଭୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉଭୟଙ୍କର ଅସାମାନ୍ୟ କବି ପ୍ରତିଭା ଓ ଅସାଧାରଣ କୃତୀ ସଂପର୍କରେ ଉପସ୍ଥିତ ଅତିଥିମାନେ ଆଲୋଚନା କରିଥିଲେ । ଏହା ପରେ ପରେ ସାମ୍ମୁଖ୍ୟ ପକ୍ଷରୁ ଆଦିକବି ସାରଳା ଦାସ ଓ ଅତିବଡ଼ୀ ଜଗନ୍ନାଥ ଦାସଙ୍କର ତିରୋଧାନ ଉତ୍ସବ ଭଞ୍ଜ ମଣ୍ଡପ ପରିସରରେ ଥିବା ଉଭୟଙ୍କ ପ୍ରତିମୂର୍ତ୍ତିରେ ସଂକୀର୍ତ୍ତନ ସହ ପୁଷ୍ପମାଲ୍ୟ ଓ ଦୀପଦାନପୂର୍ବକ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସାମ୍ମୁଖ୍ୟର ରାଜ୍ୟ ଆବାହକ ରବି ନନ୍ଦ ଉଭୟ ବରପୁତ୍ରଙ୍କର ସାହିତ୍ୟ କୃତି ତଥା ଅତୁଳନୀୟ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଏହି ସମସ୍ତ ଉତ୍ସବରେ ସାମ୍ମୁଖ୍ୟର ଆବାହକ ରବି ନନ୍ଦ, ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟଙ୍କ ସମେତ ଭୁବନେଶ୍ୱର ସାମ୍ମୁଖ୍ୟର ସଂଯୋଜକ ସତ୍ୟବ୍ରତ ଜେନା, ଅଜୟ ଜେନା,
ଆଦିତି ମୈତ୍ରୀ, ସ୍ମୃତିରେଖା ପୁହାଣ, ଜୟଗୁରୁ ପ୍ରଧାନ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳ ସିଂହ, ପୂର୍ବତନ କର୍ପୋରେଟର ନରେନ୍‍ ସାହୁ, ବାବା ପଂଚଦେବ, ନୀଳକଣ୍ଠ ଦାସ, ଜ୍ୟୋତିର୍ମୟୀ ପଟ୍ଟନାୟକ, ରୂପାଲୀ ସାହୁ, ଜୟନ୍ତୀ ପଣ୍ଡା, ରାଜକିଶୋର ଦାସ, କବିତା ସୁବୁଦ୍ଧି, କଳ୍ପଲତା ସେନାପତି, ବୈକୁଣ୍ଠ ଭୋଇ, ଲକ୍ଷ୍ମୀଧର ସାହୁ, ଦୋଳଗୋବିନ୍ଦ ଦାସ, ଦେବଜାନୀ ଦାଶ, ରଂଜିତା ଦଳେଇ, ପଦ୍ମିନୀ ବାରିକ୍‍, ରିମା ବରାଡ଼, ଅନିତା ପାଢ଼ୀ, ଅରିଜିତ ଜେନା, ମନୋରଞ୍ଜନ ନାୟକ ପ୍ରମୁଖ । ପରିଶେଷରେ ଧନ୍ୟବାଦ୍‍ ଅର୍ପଣ କରିଥିଲେ ଶ୍ରୀ ଦେବରାଜ ସେନାପତି ।

Spread the love