ମୁହାଁମୁହିଁ ହେବେ ବିଜେଡି-ବିଜେପି, ମମିତା ମେହେର ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ ବିଜେପି

ଭୁବନେଶ୍ୱର ୦୮।୦୨: ଆଜି ମୁହାଁମୁହିଁ ହେବେ ବିଜେଡି-ବିଜେପି । ନିଜ ନିଜ ଦାବି ନେଇ ଏହି ୨ ଦଳ ଆନ୍ଦୋଳନ କରିବେ । ବିଜେଡି ଉଷୁନା ଚାଉଳ ନଉଠିବା ପ୍ରତିବାଦରେ ବିକ୍ଷୋଭ କରିବାକୁ ଥିବା ବେଳେ ବିଜେପି ମଧ୍ୟ ମମିତା ମେହେର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ ।

ଭୁବନେଶ୍ୱରର FCI ଆଗରେ ଆଜି ବିକ୍ଷୋଭ କରିବ ବିଜୁ ଜନତା ଦଳ । ଓଡ଼ିଶାରେ ୯୫ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ ହୁଏ । ଉଷନା ଚାଉଳ କେନ୍ଦ୍ର ସରକାର ଏଫ.ସି.ଆଇ ମାଧ୍ୟମରେ ଉଠେଇବା କଥା କିନ୍ତୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ପି.ଡି.ଏସ. ବଣ୍ଟନରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଫଳରେ ଅନ୍ୟ ରାଜ୍ୟର ଆବଶ୍ୟକତା ପୂରଣ କରିଛି । କିନ୍ତୁ କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କ ସହ ଖେଳିଛନ୍ତି । ୨୨ଲକ୍ଷ ମେଟ୍ରିକ ଟନ ଚାଉଳ ପଡ଼ିରହିଛି । କେନ୍ଦ୍ର ସରକାର ଏହି ଚାଉଳ ନେବା କଥା । ଓଡ଼ିଶାର ବିଜେପି ସାସଂଦମାନେ କାହିଁକି କେନ୍ଦ୍ର ଆଗରେ ଏହି ପ୍ରସଙ୍ଗ ଉଠାଉ ନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି।

ସେପଟେ ଆଜି ମଧ୍ୟ ରାସ୍ତାକୁ ଓହ୍ଲାଉଛି ବିଜେପି। କଳାହାଣ୍ଡି ମହାଲିଙ୍ଗ ମମିତା ମେହେର ହତ୍ୟା ପ୍ରସଙ୍ଗରେ ପୁଣି ରାଜ୍ୟ ସରକାରଙ୍କୁ ଘେରିବା ଲାଗି ଘୋଷଣା କରିଛି। ବିଜେପି କହିଛି ମମିତା ମେହେରଙ୍କ ହତ୍ୟାକୁ ୪ ମାସ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ କରାଯାଇନାହିଁ। ଜାଣିଶୁଣି ଏହି ମାମଲାକୁ ଲମ୍ବା କରାଯାଉଥିବା ଦର୍ଶାଇ ବିଜେପି ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କହିଛି। ଆଜି ବିଜେପି ଭୁବନେଶ୍ବରରେ ବିକ୍ଷୋଭ କରିବ ବୋଲି କହିଛି। ଅକ୍ଟୋବର ୮ତାରିଖରେ ମମିତା ନିଖୋଜ ହୋଇଯିବା ପରେ ତାଙ୍କୁ ହତ୍ୟା କରାଯାଇ ଖେଳ ପଡ଼ିଆରେ ପୋତା ଯାଇଥିବା ସ୍ପଷ୍ଚ ହୋଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଛି।

Spread the love