ଋଣ ଭାରରୁ ମୁକ୍ତି ପାଇଁ ମଙ୍ଗଳବାର ଦିନ ସକାଳୁ କରନ୍ତୁ ଏହି ଉପାୟ

ଆମ ହିନ୍ଦୁ ଧର୍ମରେ ମଙ୍ଗଳବାର ଦିନଟି ହନୁମାନଙ୍କୁ ଅର୍ପଣ କରାଯାଇଛି । କୁହାଯାଏ ଯେ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ କଷ୍ଟ ଓ ଅସୁବିଧା ରୁ ମୁକ୍ତି ମିଳିଥାଏ । ମାନ୍ୟତା ରହିଛି ଯେ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଶନି ଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି । ଯଦି ଆପଣ ବ୍ୟବସାୟ ରେ ଅସଫଳ ହେଉଛନ୍ତି କିମ୍ବା ଋଣ ଭାରରେ ବୁଡି ଯାଇଛନ୍ତି ତେବେ ପ୍ରତି ମଙ୍ଗଳବାର ଦିନ ନିଜ ପ୍ରତିଷ୍ଠାନ କିମ୍ବା ଦୋକାନର ମୁଖ୍ୟ ଦ୍ଵାରା ରେ ରାଶି ତେଲର ଦୀପ ଜଳାଇ ହନୁମାନଙ୍କୁ ସ୍ମରଣ କଲେ ବ୍ୟବସାୟରେ ଉନ୍ନତି ହେବ ।ଋଣ ଭାରରୁ ମୁକ୍ତି ପାଇଁ ମଙ୍ଗଳବାର ଦିନ ସକାଳୁ ଓମ୍ ନମଃ ହନୁମତାୟେ ୧୦୮ ଥର ଜପ କରନ୍ତୁ ଓ ସନ୍ଧ୍ୟା ସମୟରେ ଓସ୍ତ ବୃକ୍ଷ ମୂଳରେ ଦୁଗ୍ଧ ଗୁଡ ଭୋଗ ଲଗାଇଲେ ଋଣ ଭାର ରୁ ମୁକ୍ତି ମିଳିଥାଏ ।  ମଙ୍ଗଳବାର ଦିନ ଋଣ ମୋଚନ ସ୍ତୋତ୍ର ପାଠ କରିବା ଦ୍ୱାରା ଋଣ ଭାର ରୁ ମୁକ୍ତି ମିଳିଥାଏ । ମାନ୍ୟତା ରହିଛି ମଙ୍ଗଳବାର ଦିନ ସୁଂଦରକାଣ୍ଡ ପାଠ କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ ।  ମଙ୍ଗଳବାର ଦିନ ନିଜେ ଖାଇବା ପୂର୍ବରୁ ଷଣ୍ଢ କୁ ଖାଇବାକୁ ଦିଅନ୍ତୁ । ଏହାପରେ ସନ୍ଧ୍ୟା ସମୟରେ ଗୋଟିଏ ନଡ଼ିଆକୁ ନାଲି କପଡା ଗୁଡ଼ାଇ ନିଜ ମୁଣ୍ଡ ଉପରେ ୭ଥର ବୁଲାଇ ନଡ଼ିଆଟିକୁ କୌଣସି ହନୁମାନ ମନ୍ଦିରରେ ରଖି ଦିଅନ୍ତୁ । ମାନ୍ୟତା ଅନୁସାରେ ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ । ନିଜ ଗ୍ରହ ଦୋଷକୁ ଶାନ୍ତ କରିବା ପାଇଁ ଓ ଜୀବନରୁ କଷ୍ଟ ଦୂର କରିବା ପାଇଁ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ପତାକା ଚଢାନ୍ତୁ । ଦେଖିବେ ଆପଣଙ୍କ ଜୀବନ ସୁଖମୟ ହେବ ଓ ସନ୍ତାନ ମାନଙ୍କର ଉନ୍ନତି ହେବ ।

Spread the love