ସମସ୍ତ ଗାଡିର କରାଯିବ ଫିଟନେସ ଟେଷ୍ଟି

ସଡ଼କ ପରିବହନ ମନ୍ତ୍ରାଳୟ ନୂଆ ବର୍ଷରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି ନିୟମ ଉଭୟ କମର୍ସିଆଲ ତଥା ପର୍ସନାଲ ଗାଡ଼ି ଉପରେ ଲାଗୁ କରାଯିିବ। ଯଦି ଆପଣ ମଧ୍ୟ ଗାଡ଼ିରେ ଯିବା ଆସିବା କରୁଛନ୍ତି ତେବେ ଏହି ନିୟମ ସମ୍ପର୍କରେ ଜାଣିନିଅନ୍ତୁ।

ଫେବୃଆରୀ ୧ରେ ହୋଇଥିବା ବଜେଟ ଅଧିବେସନରେ ଏହି ସମ୍ପର୍କରେ ମଧ୍ୟ କୁହାଯାଇଥିଲା। ସରକାର ଆସନ୍ତା ବର୍ଷରୁ ହିଁ ଏହାକୁ ନେଇ ସମସ୍ତ ଗାଡ଼ିର ପରୀକ୍ଷଣ କରାଯିବ। ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟର ସୂଚନା ଅନୁଯାୟୀ ସ୍ୱଚାଳିତ ପରୀକ୍ଷଣ ଷ୍ଟେସନ ଜରିଆରେ ଗାଡ଼ିର ଫିଟନେସ୍‌ ଯାଞ୍ଚ କରାଯିବ।

ଏଟିଏସ୍‌ରେ ଗାଡ଼ିର ପରୀକ୍ଷଣ କରିବା ପାଇଁ ଆବଶ୍ୟକ ବିଭିନ୍ନ ଯାଞ୍ଚ ମେକାନିକାଲ ଉପକରଣ ସାହାଯ୍ୟରେ କରାଯିବ। ନିୟମ ମୁତାବିକ ଏହାକୁ ପ୍ରତ୍ୟେକ ଗାଡ଼ି ଚାଳକ ମାନିବାକୁ ବାଧ୍ୟ। ଏହାସହ ମାଲବାହି ଗାଡ଼ି ସହ ଯାତ୍ରୀ ବାହନ ଗାଡ଼ି ଏଟିଏସ୍‌ ଜରିଆରେ ଫିଟନେସ ଯାଞ୍ଚ କରାଯିବ। ଏହା ଆସନ୍ତା ବର୍ଷ ୨୦୨୩ ମସିହା ଏପ୍ରିଲ ମାସରେ ଲାଗୁ କରାଯିବ।

ସଡ଼କ ପରିବହନ ଓ ରାଜମାର୍ଗ ସଚିବଙ୍କ କହିବା ଅନୁଯାୟୀ ଏଟିଏସ ଜରିଆରେ ଫିଟନେସ ପରୀକ୍ଷଣ ସମସ୍ତ କମର୍ସିଆଲ ଓ ପର୍ସନାଲ ଗାଡ଼ି ଉପରେ ଲାଗୁ କରାଯିବ। ତେଣୁ ପ୍ରତ୍ୟେକ ଏଥିପାଇଁ ଆଗୁଆ ସତର୍କ ହେବା ପାଇଁ କୁହାଯାଇଛି।

ତେବେ ସେ ଯାହା ହେଉ ନା କାହିଁକି ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ଲୋକମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ନିଆଯାଇଛି। ଯାହାର ପାଳନ ଦେଶବାସୀ କରିବା ଉଚିତ । ସଡ଼କ ସୁୁରକ୍ଷାକୁ ଧ୍ୟାନରେ ରଖି ଗାଡ଼ି ଚଲାଇବା ସହ ପରିବେଶ ଯେପରି ଦୂଷିତ ନ ହୁଏ ସେହି ସମ୍ପର୍କରେ ମଧ୍ୟ ଧ୍ୟାନ ଦେବା ଆମ ସମସ୍ତଙ୍କ ଦାୟିତ୍ୱ। କାରଣ ଆପଣଙ୍କ ଜୀବନ କେବଳ ଆପଣଙ୍କର ନୁହେଁ ବରଂ ଆପଣଙ୍କ ପୁରା ପରିବାରର।

Spread the love