ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା, ୪୯ ଜଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୦୮/୦୨ : ୨୦୦୮ ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲାରେ ୪୯ ଜଣ ଦୋଷୀ ସାବ୍ୟସ୍ତ । ଏହାସହ ଅନ୍ୟ ୨୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଗୁଜରାଟର ଏକ କୋର୍ଟ । ଜଷ୍ଟିସ ଏଆର ପଟେଲ ଆସନ୍ତାକାଲି ଦଣ୍ଡ ଘୋଷଣା କରିବେ। ଏହି ସମୟରେ ସମସ୍ତ ଦୋଷୀଙ୍କୁ କୋର୍ଟରେ ହାଜର କରାଯିବ । ସୂଚନାଯୋଗ୍ୟ ଯେ, ୨୦୦୮ ମସିହା, ଜୁଲାଇ ୨୬ ତାରିଖରେ ଅହମଦାବାଦରେ ୭୦ ମିନିଟ୍ ଭିତରେ ୨୧ଟି ବିସ୍ଫୋରଣ ହୋଇଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ବିସ୍ଫୋରଣରେ ୨୦୦ ଜଣ ଆହତ ହୋଇଥିଲେ। ମୁସିଲମ ଆତଙ୍କବାଦୀ ସଂଗଠନ ହରକତ-ଉଲ-ଜିହାଦ-ଅଲ-ଇସ୍ଲାମୀ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା।

୨୦୦୯ ମସିହାରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ୧୧୬୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ୩ ଲକ୍ଷ ୪୭ ହଜାର ୮୦୦ ପୃଷ୍ଠାର ସାର୍ଜସିଟ ପ୍ରସ୍ତୁତ କରାଯାଇଥିଲା। ୯୮୦୦ ପୃଷ୍ଠାର କେବଳ ପ୍ରାଥମିକ ଚାର୍ଜସିଟ୍ । ୧୪ ବର୍ଷ ପରେ ଏବେ ଏହି ମାମଲା ଶେଷ ହେବାକୁ ଯାଉଛି। ଏହାରି ଭିତରେ୭ ଜଣ ଜଜଙ୍କ ବଦଳି ହୋଇଛି । କରୋନା କାଳରେ ବି ପ୍ରତିଦିନ ଶୁଣାଣି ଚାଲିଥିଲା।

କେରଳର ଜଙ୍ଗଲରେ ବିସ୍ଫୋରଣର ଷଡଯନ୍ତ୍ର ରଚାଯାଇଥିଲା। ୧୯ ଦିନରେ ୩୦ ଜଣ ଅଭିଯୁକ୍ତ ଧରାପଡିଥିଲେ । ଇକବାଲ, ୟାସିନ ଭଟକଲ ଏବଂ ରିୟାଜ ଭଟକଲ ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ଥିଲେ। ୭୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪୯ ଜଣ ଅହମଦାବାଦର ସାବରମତୀ ଜେଲରେ, ଭୋପାଳ ଜେଲରେ ୧୦, ମୁମ୍ୱାଇର ତଲୋଜା ଜେଲରେ ୪, ବେଙ୍ଗାଲୁରୁ ଜେଲରେ ୫, କେରଳ ଜେଲରେ ୬, ଜୟପୁର ଜେଲରେ ୨ ଅଛନ୍ତି।

Spread the love