ଆଜିଠାରୁ ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ ଆରମ୍ଭ
ଆଜିଠାରୁ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ ଆରମ୍ଭ ହେଉଛି । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜୁଲାଇ ୧୭ରୁ ୨୨ ତାରିଖ ଯାଏଁ ଚାମ୍ପିୟନସିପ ଚାଲିବ । ଏଥିରେ ଭାରତ, ସିଙ୍ଗାପୁର, ସାଉଥ୍ ଆଫ୍ରିକା, ଓେଲ୍ସ ଓ ଅଷ୍ଟ୍ରେଲିଆ ସମେତ ୧୪ଟି ଦେଶ ଭାଗ ନେଉଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଇଣ୍ଡୋର ଷ୍ଟାଡିୟମରେ ରହିଥିବା ୫ ହଜାର ସିଟକୁ ୩୦ ଟି ଜୋନରେ ଭାଗ କରାଯାଇଛି। ଦର୍ଶକ ମାନେ ଏହି ଷ୍ଟାଡିୟମକୁ ପ୍ରବେଶ କରିବା ପାଇଁ ୮ଟି ଗେଟ୍ ରହିଛି। ଖେଳାଳି ଓ ଭିଭିଆଇପିଙ୍କ ପ୍ରବେଶ ଲାଗି ସ୍ୱତନ୍ତ୍ର ଗେଟ୍ ରହିଛି । ସ୍କୁଲ ପିଲାଙ୍କୁ ମାଗଣାରେ ମ୍ୟାଚ୍ ଦେଖିବାକୁ ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ପରିସରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ରହିବେ । ସକାଳ ୯ଟାରୁ ରାତି ୧୦ ଟା ଯାଏଁ ମ୍ୟାଚ ରହିଥିବାରୁ ୨ଟି ସିଫ୍ଟରେ ପୁଲିସ ସୁରକ୍ଷା ଦାୟିତ୍ୱରେ ରହିବେ । ଦୁଇ ଜଣ ଏଡିସିପି ସୁରକ୍ଷା ତଦାରଖ କରିବେ। ଟ୍ରାଫିକ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକର ଖ୍ରୀଷ୍ଟିଆନ ପଡ଼ିଆ ଓ ଉପର ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।ଏହା ପୂର୍ବରୁ ଚାମ୍ପିଅନ୍ସିପ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଭାରତୀୟ ମହିଳା ତାରକା ମନିକା ବାତ୍ରା କହିଛନ୍ତି । ପ୍ରତିଯୋଗିତାକୁ ସିଙ୍ଗାପୁର, ଇ˚ଲଣ୍ଡ, ମାଲେସିଆ ଭଲ ଶକ୍ତିଶାଳୀ ଦଳ ଆସିଛନ୍ତି। ସେମାନଙ୍କ ବିପକ୍ଷରେ ଖେଳିବା ପାଇଁ ଆମେ ସେହି ଅନୁସାରେ ପ୍ରସ୍ତୁତ କରିଛୁ। ପ୍ରତ୍ୟେକ ମ୍ୟାଚ୍ରେ ଆମେ ଶତ ପ୍ରତିଶତ ଉଦ୍ୟମ କରିବୁ। ତାହା ହେଲେ ଯାଇ ଭାରତକୁ ପଦକ ଆସିପାରିବ ବୋଲି ସେ କହିଛନ୍ତି।