ରାଉରକେଲା ଏଡିଏମ୍‌ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ଗିରଫ

କୋଟିପତି ଆସିଷ୍ଟାଣ୍ଟ କଲେକ୍ଟର ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଏଡିଏମ୍‌ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାଏକଙ୍କୁ ଗିରଫ କଲା ଭିଜିଲାନ୍ସ। ରାଉରକେଲା ଭିଜିଲାନ୍ସ ଅଫିସରେ ତାଙ୍କୁ ପଚରାଉଚରା ଜାରି ରହିଛି। ଗତକାଲି ମନୋରଞ୍ଜନଙ୍କ ୨ କୋଟିର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ।

ରାଉରକେଲାରେ ୭୫ ଲକ୍ଷର କୋଠା, ୨ଟି ଚାରି ଚକିଆ ଓ ଗୋଠପାଟଣାରେ ୫୦ ଲକ୍ଷ ଟଙ୍କାର କୋଠା ଠାବ କରିଥିଲା ଭିଜିଲାନ୍ସ। ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍‌ ରେଡ୍‌ରେ ସାମିଲ ହୋଇ ଚଢାଉ କରିଥିଲେ।

Spread the love