କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାର

ଫୁଲବାଣୀ : କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାର। ଫୁଲବାଣୀ ବ୍ଲକ ୧୪ନଂ ଜୋନ ଜିଲ୍ଲା ପରିଷଦର ଦଡକୀ ଗାଁ ଠାରେ ଭୋଟ ପ୍ରଚାରରେ ଯାଇ କର୍ମୀ ସମିଳନୀରେ ଯୋଗଦେଇଥିଲେ ସାଂସଦ ଡ. ସାମନ୍ତ। ୧୪ନଂ ଜିଲ୍ଲ ପରିଷଦ ଜୋନ ପ୍ରାର୍ଥୀ ଚନ୍ଦ୍ରମା ମଲ୍ଲିକଙ୍କ ଲାଗି ପ୍ରଚାର କରିଥିଲେ ଡ. ସାମନ୍ତ। ବିଜେଡି ପ୍ରାର୍ଥିନୀ ଚନ୍ଦ୍ରମା ମଲ୍ଲିକଙ୍କ ସପକ୍ଷରେ କର୍ମୀମାନଙ୍କୁ ଘରକୁ ଘର ବୁଲି ପ୍ରଚାର କରିବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନାର ସୁଫଳ କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିଛି ସେ ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇବା ସହ ବିଜେଡି ପ୍ରାର୍ଥିନୀ ଚନ୍ଦ୍ରମା ମଲ୍ଲିକଙ୍କ ବିଜୟ ସୁନିଶ୍ଚିତ କରିବାକୁ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆହ୍ଵାନ କରିଥିଲେ। ତାଙ୍କ ସହ ଦଳୀୟ କର୍ମୀ ଓ ୧୪ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଚନ୍ଦ୍ରମା ମଲ୍ଲିକଙ୍କ ସମେତ ଫୁଲବାଣୀ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ବିଜେଡି ମହିଳା ସଭାନେତ୍ରୀ ପୁନମ୍‌ କହଁର, ବିଜେଡି ବ୍ଲକ୍‌ ସଭାପତି ବାଳକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସେହିଭଳି ଫିରିଙ୍ଗିଆ ବ୍ଳକ୍‌ ୧୨ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ପାଇଁ କ୍ୟାମ୍ପେନ୍‌ କରିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଆଜି ଗୋଛାପଡ଼ାରେ ସାଂସଦ ପହଞ୍ଚିବା ପରେ ପଞ୍ଚାୟତବାସୀ ସମ୍ବର୍ଦ୍ଧନା ଜଣାଇ ଡାମାରେଜୁ ପଡ଼ିଆକୁ ପାଛୋଟି ନେଇଥିଲେ । ୧୨ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିନୀ ନିଳଗ୍ରୀ ଦିଗାଲକୁ ଦଳୀୟ ଚିହ୍ନରେ ଭୋଟ୍‌ ଦେଇ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ ।ଏହାପରେ ଫିରିଙ୍ଗିଆ ବ୍ଲକ୍‌ ସାଡିଙ୍ଗଆ ପଞ୍ଚାୟତରେ ପହଞ୍ଚି ୧୩ ନଂ ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଜୟଶ୍ରୀ କହଁରଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ ।

Spread the love