ଢେଙ୍କାନାଳ ଭୁବନ ଗୋସାଇଁଙ୍କ ମଠ ପରିସରରେ ଘଟିଛି ବୀଭତ୍ସ ହତ୍ୟା

ଢେଙ୍କାନାଳ: ମଠରେ ପଡିଲା ରକ୍ତ ଛିଟା । ଢେଙ୍କାନାଳ ଭୁବନରେ ମଠ ମହନ୍ତ ଜଣେ ଯୁବକଙ୍କୁ ବଳି ଦେଇଥିବା ସନ୍ଦେହ । ଚୈତନ୍ୟ ଗୋସାଇଁଙ୍କ ମଠ ପରିସରରେ ଘଟିଛି ବୀଭତ୍ସ ହତ୍ୟା । ଟାଙ୍ଗିଆ ଜବତ କରି ମହନ୍ତକୁ ଅଟକ ରଖି ଜେରା କରୁଛି ପୋଲିସ । ମୃତଦେହ ନିକଟରୁ ଏକ ବାଇକ ଓ ରକ୍ତ ଲଗା ପଥର ଖଣ୍ଡ ପଡିଥିବା ଦେଖିବାକୁ ମିଳିଛି । ସେପଟେ ଉକ୍ତ ଯୁବକକୁ ବଳି ଦେଇଥିବା ସନ୍ଦେହ କରି ଉତ୍ୟକ୍ତ ଲୋକ ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ମହନ୍ତକୁ ନିର୍ଦ୍ଧୁମ ମାଡ଼ ମାରିବା ସହ ମହନ୍ତ ବାବା ଦଶରଥର ଘର ଭଙ୍ଗାରୁଜା କରିଛନ୍ତି ।

ଘଟଣାରେ ଗଁଦିଆ ପୋଲିସର ଛାନ୍‌ଭିନ୍‌ ଜାରି ରଖିଛି । ମୃତ ଯୁବକ ହେଲେ ଭୁବନ ବିଜ୍ଞାପିତ ପରିଷଦ ବାଜି ଛକର ଉଦ୍ଧବ ପାତ୍ର । ଉଦ୍ଧବ ବୁଲି ବୁଲି ଲୁହା ଟିଣ ଆଦି କିଣି କବାଡିରେ ବିକ୍ରି କରିଥାନ୍ତି । କିନ୍ତୁ କିପରି ତାଙ୍କର ମୃତ୍ୟୁ ଘଟିଲା, କିଏ ତାଙ୍କୁ ହତ୍ୟା କଲା ? ତେବେ ତାଙ୍କ ହତ୍ୟା ପଛର କାରଣ କଣ ? ସେନେଇ ଛାନ୍‌ଭିନ୍‌ କରୁଛି ପୋଲିସ । ସେପଟେ ହତ୍ୟାକାରୀଙ୍କୁ ଗିରଫ ଏବଂ ପରିବାରକୁ ନ୍ୟାୟ ପାଇଁ ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ।

Spread the love