ଇଣ୍ଟରନ୍ୟାସନାଲର ଦୁର୍ନୀତି ରିପୋର୍ଟ

ନୂଆଦିଲ୍ଲୀ : ଭାରତ ହେଉଛି ବିଶ୍ବର ଷଷ୍ଠ ବୃହତ ଅର୍ଥନୀତି| ଆର୍ଥିକ ପ୍ରତିଷ୍ଠାନ, ବ୍ୟବସାୟିକ ସୁଗମତା ଏବଂ ନୂତନ ପ୍ରବର୍ତ୍ତନ ଭଳି କେତେକ ମାନଦଣ୍ଡରେ ଭାରତ ବିଶ୍ୱର ଶ୍ରେଷ୍ଠ ୩୦ ରାଷ୍ଟ୍ର ମଧ୍ୟରେ ରହିଥିବାବେଳେ ଦୁର୍ନୀତି କ୍ଷେତ୍ରରେ ୮୫ ତମ ସ୍ଥାନରେ ରହିଛି। ଏହାର ଅର୍ଥ ହେଉଛି, ବିଶ୍ବର ଅଧାରାଷ୍ଟ୍ରରେ ଦୁର୍ନୀତି ଭାରତଠାରୁ ବି କମ୍ ହେଉଛି। ଅପରପକ୍ଷେ ଲାଞ୍ଚ କାରବାର କ୍ଷେତ୍ରରେ ମଧ୍ୟ ଦେଶର ଚିତ୍ର ବିଶ୍ବସ୍ତରରେ ବହୁତ ଖରାପ ରହିଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ୨୦୦୮ ଲାଞ୍ଚ କାରବାର ସୂଚୀରେ ଭାରତ ବିଶ୍ବର ୨୨ ରାଷ୍ଟ୍ର ମଧ୍ୟରେ ୧୯ ତମ ସ୍ଥାନରେ ରହିଛି, ଯାହା ପ୍ରମାଣିତ କରୁଛି ଦେଶରେ ଲାଞ୍ଚ କାରବାର କେଉଁଭଳି ସ୍ଥିତିରେ ପହଞ୍ଚିଛି।

ଗତ ଜାନୁଆରୀରେ ଟ୍ରେସ ଇଣ୍ଟରନ୍ୟାସନାଲ ପକ୍ଷରୁ ଭାରତର ଲାଞ୍ଚ କାରବାର ଶୀର୍ଷକ ପ୍ରକାଶିତ ଏକ ରିପୋର୍ଟରେ ଦେଶରେ ହେଉଥିବା ଲାଞ୍ଚ କାରବାରର ପର୍ଦାଫାସ ହୋଇଛି। ରିପୋର୍ଟ ଅନୁଯାୟୀ ଦେଶରେ ହେଉଥିବା ମୋଟ ଲାଞ୍ଚ କାରବାର ମଧ୍ୟରୁ କେବଳ ୯୧ ପ୍ରତିଶତ ଲାଞ୍ଚ ସରକାରୀ ଅଧିକାରୀମାନେ ମାଗିଥାନ୍ତି। ଏହାପରେ କୌଣସି ଲାଭ ମିଳୁ ବା ନ ମିଳୁ ବିଭିନ୍ନ ପ୍ରକାରର ସମସ୍ୟା ଓ ଝିନଝଟକୁ ଏଡାଇବା ପାଇଁ ୭୭ ପ୍ରତିଶତ ଲାଞ୍ଚ ମଗା ଯାଇଥାଏ। ଏହା ଛଡା ସେବା ପାଇବା ନିମନ୍ତେ ଯୋଗ୍ୟ ମୁଁ ବିବେଚିତ ହେଉଥିଲେ ସୁଧା ସମୟାନୁଯାୟୀ ସେବା ପାଇବା ଲାଗି ୯୧ ପ୍ରତିଶତ ଲାଞ୍ଚ ମଗାଯାଇଥାଏ।

ଯେପରିକି ସୀମା ଶୁଳ୍କ କ୍ଲିୟରାନ୍ସ କିମ୍ବା ଟେଲିଫୋନ ସଂଯୋଗ ହାସଲ କରିବା ଭଳି କାମ ପାଇଁ ଏହି ଲାଞ୍ଚ ଦିଆଯାଇଥାଏ | ଏକ ସଦୃଢ ପ୍ରଶାସନିକ ଢାଞ୍ଚା ପ୍ରତିଷ୍ଠା, ଆଇନ ବ୍ୟବସ୍ଥା ଏବଂ ନୀତି ରହିଥିବା ସତ୍ତ୍ବେ ଭ।ରତରେ ଦୁର୍ନୀତି କାୟା ମେଲାଇ ଚାଲିଛି। ଦେଶରେ ଦୁର୍ନୀତି ଜଗିବା ପାଇଁ ସିଭିସି, ସିଏଜି ଏବଂ ସିଆଇସି ଭଳି କେନ୍ଦ୍ରୀୟ ପ୍ରତିଷ୍ଠାନ ମୁଖ୍ୟତଃ ନୀତି ବ୍ୟବସ୍ଥାର କାର୍ଯ୍ୟ ନିୟମ ଭାରତରେ ଦୁର୍ନୀତି ବଢ଼ାଇଛି।

ଦେଶରେ ନୀତି ଏବଂ ବ୍ୟବସ୍ଥା ମଧ୍ୟରେ ଏକ ବଡ଼ ବ୍ୟବଧାନ ରହିଛି । ଦୁର୍ନୀତିର ପ୍ରତିକୂଳ ପ୍ରଭାବ ଦେଶର ଆର୍ଥିକ ପ୍ରଗତି ଏବଂ ବିକାଶ ଲକ୍ଷ୍ୟ ଉପରେ ପଡୁଛି। ମାନବ ସମ୍ବଳ ଉପଯୋଗିତାରେ ଏହାର ଅକ୍ଷମତ ସ୍ପଷ୍ଟ ଭାବେ ବାରି ହୋଇପଡୁଛି। ଏହା ଫଳରେ ଦେଶରେ ଗରିବୀ ବଢ଼ୁଛି। ଦୁର୍ନୀତି ଯୋଗୁଁ ମଧ୍ୟ ବିପଦ ସୃଷ୍ଟି ହେଉଛି। ଏହା ସହିତ କିଛି ଆକଳନ ଅନୁଯାୟୀ ଟିକସ ଠକେଇ ଯୋଗୁଁ ବର୍ଷକୁ ୨ ଲକ୍ଷ କୋଟି ଏବଂ ପ୍ରକଳ୍ପ ବିଳମ୍ବିତ ହେବାରୁ ୪୦ ହଜାର କୋଟି କ୍ଷତି ହେଉଛି ।

Spread the love