ସାଙ୍ଗ ସହ ପ୍ରଚାର କରୁଛନ୍ତି ବି-ଟେକ ସରପଞ୍ଚ ପ୍ରାର୍ଥୀ

ଝାରସୁଗୁଡା : ଆଉ ମାତ୍ର କେଇଟା ଦିନ ରହିଲା ତ୍ରି-ସ୍ତରୀୟ ପଂଚାୟତ ନିର୍ବ।ଚନ । ଏବେ ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀମାନେ ଆପଣାଉଛି ଭିନ୍ନ ଭିନ୍ନ ତରିକା । ଝାରସୁଗୁଡା ଜିଲ୍ଲା ପଂଚଗଁ। ପଂଚାୟତରେ ସରପଂଚ ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବିଟେକ ଛାତ୍ର ସୁନୀଲ ଦାସ କେବଳ ଜଣେ ସାଙ୍ଗ ସହ ଚାଲିଚାଲି ଲୋକଙ୍କ ଘରକୁ ଯାଇ ଭୋଟ ମାଗୁଛି ।

ପଂଚଗଁ। ପଂଚାୟତକୁ ମୋଡେଲ ପଂଚାୟତରେ ପରିଣତ କରିବାସହ ସ୍ଥାନୀୟ ଅଂଚଳରେ ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟର, ବିଦୁୟତ ବ୍ୟବସ୍ଥା କରାଇବା ସହ ଲୋକଙ୍କ ସୁଖ ଦୁଖରେ ଛିଡା ହେବା ପାଇଁ ପ୍ରତିଶୃତି ଦେଉଛି । ସେ ଜଣେ ଶିକ୍ଷିତ ଯୁବକ ହୋଇଥିବାରୁ ପଂଚାୟତବାସୀ ତାଙ୍କୁ ସରପଂଚ ରୂପରେ ବାଛିବବୋଲି ସେ ଆଶାବାଦୀ ଅଛି ।

ଅନ୍ୟପଟେ ବନ୍ଧବାହାଲ ପଂଚାୟତରେ ସମିତି ସଭ୍ୟ ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ସମାଜସେବୀ ମହିଳା ପଦ୍ମିନୀ ସିଂ ହାତରେ କେଟିଲି ଧରି ପ୍ରଚାର କରୁଛି । ନିଜର ଚିହ୍ନ କେଟିଲି ହୋଇଥିବାରୁ ସେ ଏହାର ପ୍ରତୀକ ସ୍ବରୁପ କେଟଲି ଧରି ଲୋକଙ୍କ ଘରକୁ ଯାଇ କେଟିଲି ଦେଖାଇ ଭୋଟ ଭିକ୍ଷା କରୁଛି । କେବଳ ମହିଳା ସମର୍ଥକଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଛି ପଦ୍ମୀନି ।

ବନ୍ଧବାହାଲ ଏକ ଖଣି ଖାଦାନ ଭରା ପଂଚାୟତ ହୋଇଥିବାରୁ ଏଠାରେ ଥିବା ନିଯୁକ୍ତି ସମସ୍ୟା, ରୋଡରାସ୍ତା, ପାନୀୟ ଜଳ ବିଦୁୟତ ଆଦିର ସମସ୍ୟା ଦୂର କରବାର ମୁଦ୍ଦା ନେଇ ପଦ୍ମିନୀ ପ୍ରଚାର ମଇଦାନକୁ ଓହ୍ଲାଇଛି । ଦୀର୍ଘବର୍ଷ ହେବ ବନ୍ଧବାହାଲ ତଥା ସ୍ଥାନୀୟ ଅଂଚଳବାସୀଙ୍କ ସୁଖଦୁଖରେ ସବୁବଳେ ଛିଡା ହୋଇ ଆସୁଥିବାରୁ ଲୋକେ ନିଶ୍ଚିତ ସମର୍ଥନ ଜଣାଇବବୋଲି ପଦ୍ମିନୀ ଆଶାବାଦୀ ଅଛି ।

Spread the love