ନିର୍ବାଚନ ପ୍ରଚାର କରୁଥିଲା ବେଳେ ଶିଶୁପୁତ୍ରକୁ ଜନ୍ମ ଦେଲେ ଜିଲ୍ଲା ପରିଷଦ ପ୍ରାର୍ଥିନୀ

ଚନ୍ଦାହାଣ୍ଡି: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଜଣେ ଜିଲ୍ଲାପରିଷଦ ପ୍ରାର୍ଥିନୀଙ୍କ ପରିବାରକୁ ଆସିଛି ଖୁସି ଖବର। ୯ମାସର ଗର୍ଭବତୀ ଥିବା ପ୍ରାର୍ଥିନୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଚନ୍ଦାହାଣ୍ଡି ବ୍ଲକ ଜୋନ୍ ୨ରୁ  ବିଜେଡି ପକ୍ଷରୁ ଉଚ୍ଚ ଶିକ୍ଷିତ ମହିଳା କେତକୀ ମଲ୍ଳୀ ଗୌଡଙ୍କୁ ପ୍ରାର୍ଥୀ କରାଯାଇଛି।

ନାମାଙ୍କନ ପତ୍ର ଦାଖଲ ସମୟରେ କେତକୀ ୯ ମାସର ଗର୍ଭବତୀ ରହିଥିଲେ। ଏହା ପରେ ବି ସେ  ନିର୍ବାଚନ ପ୍ରଚାରରେ ପଛ ଘୁଞ୍ଚା ଦେଇନଥିଲେ। ସେ ଘରକୁ ଘର ବୁଲି ଭୋଟ ମାଗିବା ସହ ଲୋକ ଙ୍କ ସମସ୍ୟା ସହ ଯୋଡିହେବାକୁ ଚେଷ୍ଟା କରୁଥିବା ବେଳେ ଗତକାଲି ସେ ଏକ ପୁତ୍ର ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି । ଆଠ ଗୋଟି ପଞ୍ଚାୟତକୁ ନେଇ ଗଠିତ ଏହି ଜୋନରେ ରହିଛନ୍ତି ୨୭,୮୦୦ ଭୋଟର । ଗର୍ଭବତୀ ଥିବାରୁ ଅଧିକ ବାଟ ଚାଲି ଚାଲି ନିର୍ବାଚନ ପ୍ରଚାର କଷ୍ଟକର ଥିଲେ ମଧ୍ୟ ସେ କେବେ ନିଜକୁ କ୍ଲାନ୍ତ ଅନୁଭବ କରୁ ନଥିଲେ ।

 

Spread the love