ପ୍ରଥମ ପର୍ଯ୍ୟାୟରେ 58 ଆସନ ପାଇଁ ଚାଲିଛି ମତଦାନ

ଆଜି ଉତ୍ତରପ୍ରଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । 11ଟି ଜିଲ୍ଲାରେ 58 ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ସକାଳ ୭ଟାରୁ ୟୁପିରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ । ଆଜି ଶାମଲୀ, ହାପୁଡ, ଗୌତମବୁଦ୍ଧ ନଗର, ମୁଜାଫରନଗର, ମିରଟ, ବାଗପତ, ଗାଜିଆବାଦ, ବୁଲନ୍ଦସର, ଆଲିଗଡ, ମଥୁରା ଏବଂ ଆଗ୍ରାରେ ମତସାବ୍ୟସ୍ତ କରୁଛନ୍ତି ଭୋଟର । ପ୍ରଥମ ପର୍ଯ୍ୟାୟରେ ଜାଟ୍ ଆଧିପତ୍ୟ ଅଞ୍ଚଳରେ ଭୋଟିଂ ଶେଷ କରାଯିବ । ମୋଟ ୨୫,୮୪୯ କେନ୍ଦ୍ରରେ ଭୋଟିଂ ଜାରି ରହିଥିବାବେଳେ ନିର୍ବାଚନକୁ ନେଇ ଭୋଟରଙ୍କ ମଧ୍ୟରେ ମଧ୍ୟ ଖୁବ୍ ଉତ୍ସାହ ଦେଖାଯାଇଛି । ସକାଳୁ ବିଭିନ୍ନ ପୋଲିଂ ବୁଥରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର । ପ୍ରଥମ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ଦେଉଥିବା ତାଲିକାରେ 9 ମନ୍ତ୍ରୀ ରହିଛନ୍ତି । ସେମାନେ ହେଲେ ଶ୍ରୀକାନ୍ତ ଶର୍ମା, ସୁରେଶ ରାଣା, ସନ୍ଦୀପ ସିଂ, କପିଲ ଦେବ ଅଗ୍ରୱାଲ, ଅତୁଲ ଗର୍ଗ, ଚୌଧୁରୀ ଲକ୍ଷ୍ମୀ ନାରାୟଣ, ଜିଏସ ଧର୍ମେଶ, ଅନୀଲ ଶର୍ମା, ଦୀନେଶ ଖଟିକ । ପ୍ରଥମ ପର୍ଯ୍ୟାୟରେ ୬୨୩ ପ୍ରାର୍ଥୀ ନିର୍ବାଚନୀ ଦୌଡରେ ଅଛନ୍ତି । ଏହି ପର୍ଯ୍ୟାୟରେ ପ୍ରାୟ ୨.୨୭ କୋଟି ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପ୍ରକାଶଥାଉ କି, ଉତ୍ତର ପ୍ରଦେଶ ବ୍ୟତୀତ ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ମତଦାନ ହେବା ପାଇଁ ଯାଉଛି । ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆରେ ଗୋଟିଏ ପର୍ଯାୟରେ ଭୋଟ୍ ଗ୍ରହଣ ହେବ । ସେହିପରି ମଣିପୁରରେ ମତଦାନ ଫେବୃଆରୀ 27 ଏବଂ ମାର୍ଚ୍ଚ 3 ତାରିଖରେ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।

Spread the love