ଭିଜିଲାନ୍ସ ପଞ୍ଝାରେ ଓମଫେଡ ଡେପୁଟି ଜେନେରାଲ ମ୍ୟାନେଜର

ଭିଜିଲାନ୍ସ ଜାଲରେ ସମ୍ବଲପୁର ଓମଫେଡର ଡେପୁଟି ଜେନେରାଲ ମ୍ୟାନେଜର କିଶୋର କୁମାର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓମଫେଡ ବା ସାମୁଲର ଡେପୁଟି ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ଼ କରିଛି । ଏକକାଳୀନ ଭାବେ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ସମ୍ବଲପୁର ସାକ୍ଷୀପଡା ସ୍ଥିତ ଘର, ଅଫିସ ତଥା ଭୁବନେଶ୍ୱର ଓ କଟକ ସ୍ଥିତ ତାଙ୍କ ଘରେ ଚଢାଉ ହୋଇଛି । ତେବେ କେତେ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Spread the love