ବିବାହ ବନ୍ଧନରେ ବାନ୍ଧି ହେଲେ ପୁରୀ ଗଜପତି ମହାରାଜାଙ୍କ କନିଷ୍ଠ କନ୍ୟା ଦେବେଶୀ

ପୁରୀ ଗଜପତି ମହାରାଜା ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଦିବ୍ୟସିଂହ ଦେବଙ୍କ କନ୍ୟା ରାଜକୁମାରୀ ଦେବେଶୀଙ୍କ ଆସନ୍ତାକାଲି ହରିଆନାର ଗୁରୁଗାଓଁ ନିବାସୀ ରାଜୀବ କେହେରୀଙ୍କ ପୁଅ କୁମାର ଆଦିତ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପଶ୍ଚିମବଙ୍ଗ ବର୍ଦ୍ଧମାନର ମୂଳ ନିବାସୀ ବରପକ୍ଷ ପରିବାର ବର୍ତ୍ତମାନ ହରିଆନାର ଗୁରୁଗାଓଁରେ ରହୁଛନ୍ତି । କରେନା କଟକଣା ଯୋଗୁ ନିରାଡ଼ମ୍ବର ସହକାରେ ବିବାହ ଉତ୍ସବ ହୋଇପାରି ନାହିଁ । ବିବାହ ଉତ୍ସବକୁ ବଛା ବଛା ମାନ୍ୟଗଣ ଅତିଥି ଆସିଥିଲେ । ଶ୍ରୀନଅରରେ ରାଜକୁମାରୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ପୁରୀ ଶ୍ରୀନଅର ଠାରେ କୋଭିଡ୍‌ ମାର୍ଗଦର୍ଶିକା ପାଳନ ସହ ସୀମିତ ସେବକ ତଥା ଅତିଥିଙ୍କ ଏକ ଆଶୀର୍ବାଦ ସମାବେଶ ହୋଇଥିଲା ।

Spread the love