ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର

ଜି.ଉଦୟଗିରି ୧୦।୨: ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର । କେ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । କେ.ନୂଆଗାଁ ସ୍ଥିତ କାର୍ଯ୍ୟାଳୟ, କେ.ନୂଆଗାଁ ସ୍ଥିତ ସରକାରୀ କ୍ବାର୍ଟର, ଭଞ୍ଜନଗର ସ୍ଥିତ ଘର, ଭଞ୍ଜନଗର ଦାଦରଲୁଣ୍ଡା ସ୍ଥିତ ଫାର୍ମ ହାଉସ, ବୌଦ୍ଧ ଭୂତପାଲି ସ୍ଥିତ ଘର, ଗଞ୍ଜାମ ସ୍ଥିତ ଘରେ ମଧ୍ୟ ଚଢାଉ ଜାରି ରହିଛି ।

ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତେବେ ରେଞ୍ଜରଙ୍କର ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

Spread the love