ଅପ୍ରେଲ ୨୬ରୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା

ଭୁବନେଶ୍ବର ୧୦।୨: ଓଡିଶାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି ଜୋର ଧରିଥିବା ବେଳେ ଅଫଲାଇନ୍ ପରୀକ୍ଷା କରିବା ନେଇ ସ୍ପଷ୍ଟ କଲା ସିବିଏସଇ ବୋର୍ଡ଼ । ଅପ୍ରେଲ ୨୬ରୁ ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଅପ୍ରେଲ ୨୬ରୁ ଟର୍ମ-୨ ବୋର୍ଡ଼ ପରୀକ୍ଷା କରାଯିବ ।

ଏ ନେଇ ସିବିଏସଇ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଅଫଲାଇନ୍‌ ମୋଡ୍‌ରେ ଏହି ପରୀକ୍ଷା ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ତାରିଖ ଖୁବ୍‌ଶୀଘ୍ର ପରିଷଦ ୱେବସାଇଟ୍‌ www.cbse.nic.inରେ ଉପଲବ୍ଧ ହେବ । ସିବିଏସ୍‌ଇ ବୋର୍ଡ ପ୍ରଶ୍ନ ପାର୍ଟନ ଭଳି ଟର୍ମ-୨ର ପ୍ରଶ୍ନ ପାର୍ଟନ ରହିବ ।

ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ନଭେମ୍ବର-ଡିସେମ୍ବରରେ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ବୋର୍ଡର ଟର୍ମ-୧ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ସିବିଏସ୍‌ଇ ଟର୍ମ-୧ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇନାହିଁ ।

Spread the love