ନିର୍ବାଚନ ପ୍ରଚାର ପାଇଁ ଅନୁମତି

ନିର୍ବାଚନ ପ୍ରଚାରରେ ମାଇକ ଓ ଗାଡ଼ି ବ୍ୟବହାର ପାଇଁ ଜିଲାପାଳଙ୍କୁ ଅନୁମତି ଦେବା ସମ୍ପର୍କରେ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିଶନ। ପ୍ରଚାର ପାଇଁ ମାଇକ ଅନୁମତି ସ୍ଥାନୀୟ ତହସିଲଦାର ଦେଇପାରିବେ। କମିଶନରେଟ ପୁଲିସ ଅନ୍ତର୍ଭୁକ୍ତ ବ୍ଲକଗୁଡ଼ିକ ପାଇଁ ଡିସିପି ଅନୁମତି ଦେବେ। ଗାଡ଼ି ପାଇଁ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବିଡିଓ ଅନୁମତି ଦେଇପାରିବେ। ସେହିପରି ଜିଲା ପରିଷଦ ସଭ୍ୟ ପାଇଁ ଉପଜିଲାପାଳ ଅନୁମତି ଦେବେ ବୋଲି ରାଜ୍ୟ ନିର୍ବାଚନ କମିଶନ ଜିଲାପାଳମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି।

 

Spread the love