ପାଟକୁରାରେ ନିର୍ବାଚନ ହାରିବା ଭୟରେ ଶାସକ ବିଜେଡି ଇଭିଏମ ମେସିନ ହେରଫେର କରିଛି :ବିଜେପି

ନିର୍ବାଚନ ହାରିବା ଭୟ ଘାରିଥିବାରୁ ଶାସକ ବିଜେଡି ବେଆଇନ ଏବଂ ଅଗଣତାନ୍ତ୍ରିକ ଉପାୟରେ ପ୍ରତି ବୁଥରେ ହେରଫେର କରିଛି । ପ୍ରିଜାଡିଙ୍ଗ ଅଫିସରଙ୍କ ମାଧ୍ୟମରେ ଇଭିଏମ ମେସିନ ଟାମ୍ପରିଙ୍ଗଠୁ ଆରମ୍ଭ କରି ମେସିନ ବଦଳାଇବା ଆଦି କାର୍ଯ୍ୟ
କରାଯାଇଛି । ଅନେକ ବୁଥରେ ରିଗିଂ ହୋଇଛି । ରିଟର୍ଣ୍ଣି ଅଫିସର ମଧ୍ୟ ଶାସକ ଦଳର ହାତବାରେସି ସାଜି କାର୍ଯ୍ୟ କରିଛନ୍ତି ।

ବୁଥ ଭିତରେ ବିଜେପି ଏଜେଂଟଙ୍କୁ ପୂରାଇ ନଦେବା, ଜଙ୍ଗଲ ଭିତରେ ଇଭିଏମ ବଦଳାଇବା, ଇଭିଏମ ଭାଙ୍ଗିବା, ଇଭିଏମ ଖୋଲା ସ୍ଥାନରେ ରଖିବା ଆଦି ଘଟଣାର ଭିଡିଓ ପ୍ରମାଣ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହି ସବୁ ବେଆଇନ ଏବଂ ବେନିୟମ କାର୍ଯ୍ୟ ଶାସକ ଦଳ ଇଙ୍ଗିତରେ କରାଯାଛି ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମାମ୍ବିଦ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ପାଟକୁରାରେ ପ୍ରିଜାଡିଙ୍ଗ ଅଫିସର
ନିରପେକ୍ଷ ଭାବେ ନିର୍ବାଚନ କରିନାହାଁନ୍ତି । ଭୋଟ ପୋଲିଂ ଚାଲିଥିବାବେଳେ ଅନେକ ସ୍ଥାନରେ ଉତେଜନା ଦେଖାଦେଇଛି । ଅନେକ ବୁଥରେ ପ୍ରିଜାଇଡିଙ୍ଗ୍ ଅଫିସରମାନେ ଇଭିଏମ ମେସିନକୁ ଠିକ୍ ଭାବରେ ସିଲ୍ ନକରି ଷ୍ଟଙ୍ଗରୁମ୍ରେ ଇଭିଏମ୍ ବଦଳାଇବାକୁ ଚେଷ୍ଟା କରିଛନ୍ତି । ଦୁଇଜଣ ପ୍ରିଜାଇଡିଙ୍ଗ୍ ଅଫିସର ଇଭିଏମ ଟ୍ୟାମ୍ପରିଙ୍ଗ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ବୁଲୁଛି । ୩୦୯ଟି ବୁଥରୁ ୩୦୭ଟି
ବୁଥର ଇଭିଏମ୍ ଷ୍ଟଙ୍ଗରୁମ୍ ଯାଇଥିବାବେଳେ ଅନ୍ୟ ଦୁଇଟିର ଖବର ନାହିଁ । ପାଟକୁରା ନିର୍ବାଚନ ମଣ୍ଡଳୀର ଗରପୁର ବ୍ଲକର ୨୨୦ ନଂ ନାହାଳପୁର ବୁଥ ଏବଂ ୨୯୪ ନଂ ନଡିଆଗରେଇ ବୁଥର ଇଭିଏମ ଏପର୍ଯ୍ୟନ୍ତ ଷ୍ଟଙ୍ଗରୁମରେ ପହଂଚିନି । ଇଭିଏମ ଗୁଡିକୁ ବଦଳାଇ ବିଜେଡି ନିର୍ବାଚନ ଜିତିବା ପାଇଁ କସରତ ଚଲାଇଛି ।
ଭୋଟ ହାତେଇବା ପାଇଁ ଶାସକ ବିଜେଡି ଭୋଟରଙ୍କୁ ପ୍ରଲୋଭନ ଦେଖାଇ ଶାଢୀ, କାନଫୁଲ, ମଦମାଂସ ଏବଂ ଟଙ୍କା ବାଂଟିବାର
ଭିଡିଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିଲା । ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ଓ ଜନମତ ଦେଖି ଶାସକ ବିଜେଡି ଏସଏଚଜି ମହିଳା ଗୋଷ୍ଠୀମାନଙ୍କୁ ଧମକାଇବା ସହ ତାଙ୍କ ମାଧ୍ୟମରେ ଟଙ୍କା ବାଂଟିଛି । ଦୀର୍ଘ ୧୫ ଦିନ ହେଲା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ପ୍ରତିନିଧି ଦଳ ଶାସକ ବିଜେଡି ଟଙ୍କା ବାଟିଂବା ଏବଂ ହିସାଂତ୍ମକ କାର୍ଯ୍ୟକଳାପ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଜଣାଯାଇଥିଲା ।

ଗତ ତିନିଦିନ ତଳେ ପାଟକୁରା ନିର୍ବାଚନ ଦାୟୀତ୍ୱରେ ଥିବା ବିଜେପି ନେତା ମନମୋହନ ସାମଲ, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ସଂପାଦକ ଯତୀନ ମହାନ୍ତି, ପର୍ଯ୍ୟବେକ୍ଷକ, ଉପପର୍ଯ୍ୟବେକ୍ଷକ, ଆରଓ ଏବଂ ଏଆରଓ ଅଧିକାରୀମାନଙ୍କୁ ଇଭିଏମ୍ ମେସିନ୍ ଅଦଳବଦଳ ଆଶଙ୍କା ରହିଛି ବୋଲି ଦାବି କରିଥିଲେ । ଏହା ସତ୍ୱେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନଥିଲା । ପ୍ରିଜାଇଡିଂ ଅଫିସରମାନଙ୍କ ପାଖରେ ଅତିରିକ୍ତ ୧୦୦ ଇଭିଏମ୍ ମେସିନ୍ ଥିଲା ଯେଉଁ ମେସିନ୍ ଗୁଡିକ ମତଦାନ ପାଇଁ ଲାଗିବାର ନଥିଲା । କିନ୍ତୁ ଶାସକ ଦଳ ଚାପରେ ଏହି ମେସିନ ଗୁଡିକ ଅଣାଯାଇ ତା ମାଧ୍ୟମରେ ପ୍ରିଡାଜିଙ୍ଗ ଅଫିସର ଭୋଟ ହେରଫେର କରିଛନ୍ତି ବୋଲି ଡ. ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି । ପାଟକୁରାରେ ଯେଉଁ ପ୍ର ିଜାଇଡିଙ୍ଗ ଅଫିସରମାନେ ଅତିରିକ୍ତ ଇଭିଏମ୍ ରଖିଥିଲେ ଏହାର ନିରପେକ୍ଷ ତଦନ୍ତ କରାଯାଉ ।

ଏହା ବ୍ୟତୀତ ବୁଥ ଗୁଡିକରେ ଇଭିଏମ ହେରଫେର କରଥିବା ପ୍ରିଜାଡିଙ୍ଗ ଅଫିସର, ରିଟର୍ଣ୍ଣିଙ୍ଗ ଅଫିସରଙ୍କ ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଆୟୋଗ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ୨୨୦ ନଂ ଏବଂ ୨୯୪ ନଂ ବୁଥର ଇଭିଏମରେ ତଲାସ କରାଯାଇ ତଦନ୍ତ କରାଯାଉ ବୋଲି ଡ. ଲେଖାଶ୍ରୀ ଦାବି କରିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଏବଂ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love