ସଇଁତଳାରେ ହଟହଟା ସୁଶାନ୍ତ ସାହୁ ଓ ଟୁକୁନି ସାହୁ, ୨ ମନ୍ତ୍ରୀଙ୍କୁ ଅଣ୍ଡାମାଡ

ବଲାଙ୍ଗିର,୧୧/୦୨: ସଇଁତଳାରେ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ଟୁକୁନି ସାହୁଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । ଗୁରୁବାର ବିଜେଡି ପକ୍ଷରୁ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ଯୋଗଦେବାକୁ ଯାଉଥିବା ବେଳେ ଅଣ୍ଡାମାଡ଼ ହୋଇଥିଲା । ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସଇଁତଳା ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନରେ କର୍ମୀ ସମ୍ମିଳନୀ ହୋଇଥିଲା । ଉଭୟ ମନ୍ତ୍ରୀ ପ୍ରଥମେ ୩୨ ନମ୍ୱର ଜୋନର ଡୁଙ୍ଗୁରିପାଲି ଗିରିଗୋବର୍ଦ୍ଧନ ମନ୍ଦିର ପ୍ରାଙ୍ଗଣରେ କର୍ମୀ ସମ୍ମିଳନୀ କରିଥିଲେ ।

ସେଠାରୁ ସେମାନେ ୩୦ ନମ୍ୱର ଜୋନ ତୁଷ୍ଟାପାଲିଠାରେ ଅନୁଷ୍ଠିତ ସମ୍ମିଳନୀକୁ ଯୋଗଦେବା ପାଇଁ ଯାଉଥିବା ବେଳେ କରମତଳା ସ୍କୁଲ ସମ୍ମୁଖରେ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ହୋଇଥିଲା । ଏହାପରେ ୩୧ନମ୍ବର କନ୍ଧଉଲବା ଗ୍ରାମରେ ହେବାକୁ ଥିବା କର୍ମୀ ସାମ୍ମିଳନୀରେ ଯୋଗଦେଇଥିଲେ ।

Spread the love