୮ଟି ପଞ୍ଚାୟତରେ ଜୋରଦାର ଲଢେ଼ଇ

ଗଣିଆ : ନୟାଗଡ଼ ଜିଲ୍ଲାରେ ଗଣିଆ ବ୍ଲକ ମାତ୍ର ୮ଟି ପଞ୍ଚାୟତକୁ ନେଇ ଗଠିତ । ପଞ୍ଚାୟତ ଦୃଷ୍ଟିରୁ ଛୋଟ ଏବଂ ଆୟତନ ଦୃଷ୍ଟିରୁ ବଡ଼ ଏହି ବ୍ଲକରେ ରହିଛି ନୟାଗଡ଼ ବିଧାୟକ ତଥା ଓଡ଼ିଶା ରାଜନୀତିର ଧୂରିଣ ରାଜନେତା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଜନ୍ମଭୂମି । ଫଳରେ ରାଜନୀତି ଏବଂ ରଣନୀତି ପାଇଁ ଜିଲ୍ଲାରେ ଗଣିଆ ବ୍ଲକର ମହତ୍ଵ ସଦାସର୍ବଦା ଗୃହୀତ ହୋଇଛି। ଚଳିତ ନିର୍ବାଚନରେ ଗଣିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ପୁରୁଣାଙ୍କୁ ବାଦ୍ ଦେଇ ବିଜୁ ଜନତା ଦଳ ନୂଆ ମୁହଁକୁ ସାମ୍ନାକୁ ଆଣିବା ପ୍ରୟାସରେ ରହିଛି । ଏଥିପାଇଁ ଜୋର୍‌ଦାର କସରତ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।

ଗଣିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଗତ ୪ଟି ନିର୍ବାଚନରେ ବ୍ଳକ ଅଧ୍ୟକ୍ଷ ପଦ ହାତେଇଥିବା ସଦାଶିବ ମିଶ୍ର, ରମା ମଳିକ, ରଶ୍ମିତା ସାହୁ ଓ ଶେଷଦେବ ସ୍ବାଇଁ ଚଳିତ ନିର୍ବାଚନରେ କୌଣସି ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ହୋଇ ନ ଥିବା ଦେଖାଯାଇଛି। ଏ ପରିସ୍ଥିତିରେ ବିଧାୟକ ଓ ଗଣିଆ ବ୍ଲକ ବିଜୁ ଜନତା ଦଳ ସଭାପତି ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପଦ ପାଇଁ ଦଳୀୟ ସମର୍ଠିଥିତ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିବା ପରେ ବହୁ କର୍ମୀ ଓ ନେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଦଳୀୟ ସମର୍ଠିଥିତ ପ୍ରାର୍ଥୀମାନଙ୍କୁ ମାତ୍ ଦେବା ପାଇଁ ମଧ୍ୟ ଅସନ୍ତୁଷ୍ଟ ପ୍ରାର୍ଥୀ ଓ କର୍ମୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେବେ ସମସ୍ତ କର୍ମୀ ବିଜୁ ଜନତା ଦଳର ହୋଇଥିବାବେଳେ ଦଳୀୟ ସମöଥତ ପ୍ରାର୍ଥୀମାନଙ୍କ ମଧ୍ୟରୁ କିମ୍ବା ଅସନ୍ତୋଷ ପାଇଁ ପ୍ରାର୍ଥୀ ହୋଇଥିବା ନେତାଙ୍କ ମଧ୍ୟରୁ କିଏ ବ୍ଲକ ଅଧ୍ୟକ୍ଷ ପଦ ହାସଲ କରିବ ସେ ନେଇ ଗଣିଆ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ରାସଙ୍ଗ ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଥିବା କବିତା ସାହୁ ଏବଂ ଆଡ଼କଟା ପଞ୍ଚାୟତରୁ ପ୍ରାର୍ଥୀ ବିନୋଦିନି ପରିଡ଼ା ଏବଂ କରଡ଼ାପଡ଼ା ପଞ୍ଚାୟତରୁ ରୀତାରାଣୀ ରାଉତ ନିର୍ବାଚନ ପରେ ଅଧ୍ୟକ୍ଷ ପଦ ହାତେଇବା ଲକ୍ଷ୍ୟରେ ରହିଥିବା ରାଜନୈତିକ ହାଲ୍‌ଚାଲ୍‌ରୁ ବାରି ହେଉଛି।

Spread the love