ସମିତି ସଭ୍ୟ ପଦ ପାଇଁ ଗୋଟିଏ ପରିବାରର ୩ ବୋହୂ

ବୌଦ୍ଧ : ବୌଦ୍ଧ ବ୍ଲକ ମୃଶୁଣ୍ଠୀ ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ଗୋଟିଏ ପରିବାରର ତିନି ଭାଇଙ୍କ ମଧ୍ୟରୁ ଦୁଇଜଣଙ୍କ ପତ୍ନୀ ଏବଂ ଆଉ ଜଣେ ଭାଇଙ୍କ ପୁତ୍ରବଧୂଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ହେଉଥିବା ଜଣାପଡ଼ିଛି । ଏହି ପଞ୍ଚାୟତର ସମିତି ସଭ୍ୟ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଗୋଟିଏ ପରିବାରର ତିନି ବୋହୂ ବନ କହଁରଙ୍କ ପତ୍ନୀ ଅଞ୍ଜନା କହଁର, ଶେଷ କହଁରଙ୍କ ପୁତ୍ରବଧୂ ସଞ୍ଜୁ କଁହର ଏବଂ ଲାଣ୍ଡୁ କହଁରଙ୍କ ପତ୍ନୀ କୁନି କହଁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଏଠାରେ ଏହି ତିନି ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରତିଦ୍ବନ୍ଦୀ ନ ଥିବାରୁ ଲଢ଼େଇ ରୋଚକ ହୋଇଛି । ବୌଦ୍ଧ ବ୍ଲକ ମୁଖ୍ୟାଳୟ ମଧ୍ୟ ଏହି ପଞ୍ଚାୟତ ଅଧୀନରେ ଆସୁଥିବା ବେଳେ ଯିଏ ନିର୍ବାଚନରେ ଜିତିଲେ ମଧ୍ୟ କ୍ଷମତା ସମ୍ପୃକ୍ତ ପରିବାରରେ ସୀମିତ ରହିବା ସ୍ପଷ୍ଟ ହୋଇଛି। କୌଣସି ପଞ୍ଚାୟତରେ ଅବହେଳିତ ହୋଇ ରହିଥିବା ଅନୁସୂଚିତ ଜାତି କିମ୍ବା ଜନଜାତି ପରିବାରକୁ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ କିଭଳି ଗୁରୁତ୍ଵ ଦିଆଯାଏ ଏହା ତାହାର ଏକ ଉଦାହରଣ ବୋଲି ବିବେଚନା କରାଯାଉଛି।

Spread the love