କଂଗ୍ରେସରେ ବିରାଟ ଫାଟ: କିଏ ହେବ ମଙ୍ଗୁଆଳ

ରାୟଗଡ଼ା:ଗୁଣପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତୃତ୍ବକୁ ନେଇ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ପଞ୍ଚାୟତ ନିର୍ବାଚନରେ କିଏ ହେବ କଂଗ୍ରେସ ମଙ୍ଗୁଆଳ, ସେ ନେଇ ଏବେ କର୍ମୀଙ୍କ ମହଲରେ ପ୍ରଶ୍ନ ଉଙ୍କିମାରିଛି। ଆଉ ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ ଥିବାରୁ ଗୁଣପୁର ବିଧାନସଭା ଅଧୀନରେ ଥିବା ୮ ଜିଲ୍ଲା ପରିଷଦ ଆସନ, ୫ ବ୍ଲକରେ ଶାସକ ବିଜେଡିକୁ ମାତ୍ ଦେବାକୁ କଂଗ୍ରେସ କାର୍ଯ୍ୟକାରୀ କରିବା ନିମନ୍ତେ ନେତୃତ୍ବ ଅଭାବରୁ ଏହା ନିର୍ବାଚନରେ ପ୍ରତିଫଳିତ ହେବା ନେଇ ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି। ଉକ୍ତ ବ୍ଲକରେକଂଗ୍ରେସର ପାରମ୍ପରିକ ଭୋଟ ଅନ୍ୟ ଦଳ ଅପେକ୍ଷା ଅଧିକ ରହିଥିବା ବେଳେ ଦଳରେ ନେତୃତ୍ବ ଅଭାବ ଯୋଗୁଁ ଦଳ ଏଠାରେ ଭଲ ପ୍ରଦର୍ଶନ କରିପାରି ନାହିଁ । ଅନ୍ୟପକ୍ଷେ ସଡ଼କ ଦୁର୍ଘଟଣାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁପରଠୁ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତୃତ୍ବକୁ ନେଇ ଖାଲିସ୍ଥାନ ସୃଷ୍ଟି ହୋଇଛି। ଗୁଣପୁର, ଗୁଡାରୀ, ରାମନାଗୁଡା, ପଦ୍ମପୁର, ଚନ୍ଦ୍ରପୁର ଆଦି ୫ଟି ବ୍ଳକ ଓ ଗୁଣପୁର, ଗୁଡାରୀ ୨ ପୌରାଞ୍ଚଳକୁ ନେଇ ଠିତ ଗୁଣପୁର ବିଧାନସଭା ଆସନ ୨୦୧୭ ଞ୍ଚାୟତ ନିର୍ବାଚନରେ ପୁରୁଷୋତ୍ତମଙ୍କ ଗାଟିଚାଳନାରେ ବ୍ଲକ ଓ ଜିଲ୍ଲା ପରିଷଦ ଓ ର୍ବାଚନରେ କଂଗ୍ରେସ ଆଶାତରତ ଭାବେ ଫଳତା ହାସଲ କରିଥିଲା। ଉକ୍ତ ବ୍ଲକର ଟି ଜିଲ୍ଲା ପରିଷଦ ଜୋନରୁ କଂଗ୍ରେସ ୪ଟି ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା। ସେହିପରି ବିଜେପି ୩ଟି ଏବଂ ଶାସକ ବିଜେଡି ମାତ୍ର ଗୋଟିଏ ଜୋନରେ ବିଜୟୀ ହୋଇଥିଲା । ଗତ ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ରାୟଗଡ଼ା ଜିଲାର ୨୨ଟି ଜିଲ୍ଲା ପରିଷଦ ଆସନରୁ କଂଗ୍ରେସ ୧୧ଟିରେ ବିଜୟୀ ହୋଇଥିବା ବେଳେ ପଦ୍ମପୁର ‘ଖ’ ଆସନରୁ ବିଜୟୀ ହୋଇଥିବା ପୁରୁଷୋତ୍ତମ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ। ତେବେ ପୁରୁଷୋତ୍ତମଙ୍କ ଭଳି କଂଗ୍ରେସ ରଣନୀତିକୁ କାର୍ଯ୍ୟକାରୀ କରିବାରେ ଦଳର ଅନ୍ୟ ନେତା ସକ୍ଷମ ହେବେ କି ନାହିଁ ତାହା ଚଳିତ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ। ପୁରୁଷୋତ୍ତମଙ୍କ ଅକାଳ ବିୟୋଗ ପରେ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ନେତୃତ୍ବ ସଙ୍କଟ ପାଇଁ ଗୁଣପୁର ବ୍ଲକ କଂଗ୍ରେସ, ନଗର କଂଗ୍ରେସ ସଭାପତିଙ୍କ ସମେତ ଦଳର ତୁଙ୍ଗନେତା କଂଗ୍ରେସ ଶିବିର ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଏପରି ସ୍ଥିତିରେ ଦଳର ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଓ ସାଂସଦ ସପ୍ତଗିରି ଉଲାକା ନିର୍ବାଚନୀ ଗୋଟିଚାଳନା କରୁଛନ୍ତି। ତେବେ ତୃଣମୂଳସ୍ତରରେ ଏହା କିଭଳି କାର୍ଯ୍ୟକାରୀ ହେବ ଓ ନିର୍ବାଚନରେ ଦଳ ଲୋକଙ୍କୁ କେତେ ଆକୃଷ୍ଟ କରିବାରେ ସକ୍ଷମ ହେବ, ତାହା ନିର୍ବାଚନୀ ଫଳାଫଳ ପରେ ଜଣାପଡ଼ିବ । ସେପଟେ ଗୁଣପୁରରେ କଂଗ୍ରେସ ସଂଗଠନ ତାୟିତ୍ଵ ତୁଲାଇବା ଲାଗି ବରିଷ୍ଠ ନେତା ବିଜୟ ଗମାଙ୍ଗଙ୍କ ଉପରେ ଦଳ ନିର୍ଭର କରିଥିବା ଜଣାଯାଇଛି। ୧୯୯୭ ପଞ୍ଚାୟତ ନିର୍ବାଚନରେ ସେ ଜିଲ୍ଲା ପରିଷଦ ଆସନରୁ ବିଜୟୀ ହୋଇ ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାର ତୁଲାଇଥିଲେ। ତେବେ ଶ୍ରୀ ଗମାଙ୍ଗ ଦଳରେ ସଙ୍ଗଠନ କିପରି ପରିଚାଳିତ କରୁଛନ୍ତି ଓ ଆଗାମୀ ନିର୍ବାଚନରେ ଦଳ କିଭଳି ପ୍ରଦର୍ଶନ କରୁଛି, ତାହା ସମୟ ହିଁ କହିବ।

Spread the love