ବିଜେଡିରେ ବଳଭଦ୍ର ପୁଣି ସକ୍ରିୟ

ଭବାନୀପାଟଣା: କିଛିଦିନର ନିରବତା ପରେ କଳାହାଣ୍ଡି ବିଜେଡି ରାଜନୈତିରେ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ପୁନର୍ବାର ସକ୍ରିୟ ହୋଇଉଠିଛନ୍ତି। ମୁଁ ବିଜେଡିରେ ଥିଲି, ଅଛି ଓ ରହିବି ବୋଲି ସୋମବାର ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ବଳଭଦ୍ର କହିଛନ୍ତି। ଦୁଇବର୍ଷ ପରେ ବଳଭଦ୍ରଙ୍କ ଏଭଳି ବାର୍ତ୍ତା ଲାଞ୍ଜିଗଡ଼ ରାଜନୀତିରେ ଏକ ଭିନ୍ନ ବାତାବରଣ ସୃଷ୍ଟି କରିଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକଟ ନ ମିଳିବା ପରେ ବଳଭଦ୍ର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିଲେ। ତାଙ୍କ ଅନୁପସ୍ଥିତିକୁ ନେଇ ଦଳ ମଧ୍ୟ ବିଚଳିତ ନ ଥିବା ଅନୁଭବ କରାଯାଉଥିଲା। ସେ ଯେମିତି ଜଣେ ଅଲୋଡ଼ା ନେତା ପାଲଟି ତୁଲାଇଥିଲେ। ଯାଇଥିଲେ। ଏ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବଳଭଦ୍ର ଏବେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ନବୀନ ପଟ୍ଟନାୟକ ମୋର ନେତା, ମୁଁ ତାଙ୍କ

ଆଦର୍ଶରେ ଆନୁପ୍ରାଣିତ। କିଛିଦିନ ପାଇଁ ରାଜନୀତିରୁ ସନ୍ୟାସ ନେଇଥିଲି ବୋଲି ସୋମବାର ସେ କହିଛନ୍ତି। ଅନ୍ୟପଟେ ବଳଭଦ୍ରଙ୍କ ପତ୍ନୀ ଶ୍ରୀମତୀ ମାଝୀ କଳାହାଣ୍ଡି ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ଭାବେ ଦାୟିତ୍ଵ

ଅଧ୍ୟକ୍ଷ ପଦ ଉପରେ ତାଙ୍କ ନଜର ରହିଥିବା ଆଲୋଚନା ହେଉଛି । ବିଜେଡିର ପ୍ରତିଷ୍ଠାତା ସଦସ୍ୟଭାବେ ବଳଭଦ୍ରଙ୍କ ପରିଚୟ ଥିଲା। ସେ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇ ଲାଞ୍ଜିଗଡ଼ ଅଞ୍ଚଳରେ ନିଜର ପ୍ରତିଆରା ବୃଦ୍ଧି କରିଥିଲେ। ତେବେ ବିଜେଡି ସହିତ କାହିଁକି ଓ ତାଙ୍କର ମତଭେଦ ହୋଇଥିଲା ତାହା ଭିନ୍ନ କଥା। ଶୁଣାଯାଉଥିଲା ଯେ ସେ ଅନ୍ୟ ଦଳମୁହାଁ ହେଉଛନ୍ତି। ଏସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବଳଭଦ୍ର ବିଜେଡିରେ ପୁଣି ସକ୍ରିୟ ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଏହା ସେ ମଧ୍ୟ କିଛିଦିନର ବିରତି ପଛରେ ନିଜ ପତ୍ନୀଙ୍କୁ ନିର୍ବାଚନରେ ଜିତାଇବା ପରେ ଏବେ ପୁଣି ରାଜନୀତିରେ ନିଜକୁ ଯୋଡ଼ି ତାଙ୍କ ଉଦ୍ଦେଶ୍ୟ ନା ପ୍ରକୃତରେ ବିଜେଡି ମୋହ ଚଳିତ ନିର୍ବାଚନରେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ତାଙ୍କୁ ପୁନର୍ବାର ଟାଣିଆଣିଛି ତାହା ଆଗାମୀ ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ପଞ୍ଚାୟତ ସମିତି ଦିନରେ ଜଣାପଡ଼ିବ।

Spread the love