ସ୍ୱର୍ଗତ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସିନେପ୍ରେମୀ
ମାଟିରେ ମିହିର । କଟକର ଶିଳ୍ପୀ କୁମ୍ଭାର ସାହିରେ ଅନାବରଣ ହେଲା ଅଭିନେତା ସ୍ୱର୍ଗତ ମିହିର ଦାସଙ୍କ ମାଟିର ପ୍ରତିମୂର୍ତ୍ତି । ଆଜି ମିହିରଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘର କାରିଗରମାନେ ତାଙ୍କୁ ଦେଇଛନ୍ତି ନିଜ କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି । ଓଲିଉଡର ବହୁ ଅଭିନେତା ଆଜି ଶିଳ୍ପୀ କୁମ୍ଭାର ସାହି ଆସି ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।