ମଣ୍ଡି ନଖୋଲି କାଳିଆ ଯୋଜାନ ନାଁରେ ଚାଷୀଙ୍କୁ ଭଣ୍ଡାଉଛନ୍ତି ସରକାର : ବିଜେପି

ଜାନୁଆରୀ ପ୍ରଥମ ସପ୍ତାହ ହୋଇଗଲା । ହେଲେ ରାଜ୍ୟର  ଆବଶ୍ୟକ ଅନୁଯାୟୀ ଧାନମଣ୍ଡି ଖୋଲାଯାଇ ପାରୁନାହିଁ । ମଣ୍ଡି ନଖୋଲିବା କାରଣରୁ ଚାଷୀମାନେ ଅଭାବୀବିକ୍ରିର ସମ୍ମୁଖୀନ ହେଉଛନ୍ତି । ଏଫଏକ୍ୟୁ ଆଳରେ କ୍ୱିଣ୍ଟାଲ ପିଛା 5ରୁ 7 କିଲୋ ପର୍ଯ୍ୟନ୍ତ କଟନୀ କରି ଚାଷୀଙ୍କୁ ଶୋଷୁଛନ୍ତି । ମଣ୍ଡିର ଭିତ୍ତିଭୂମି ବ୍ୟବସ୍ଥା ନଥିବା  କାରଣରୁ ଧାନ ବାହାରେ ପଡି ନଷ୍ଟ ହେବାରେ ଲାଗିଛି ।  ଏହାସହ କେନ୍ଦ୍ର ସରକାର ଦେଇଥିବା କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 1750 ଟଙ୍କା ପାଇବାରୁ ଓଡିଆ ଚାଷୀ ବଞ୍ଚିତ ହଉଛନ୍ତି । ଏହାର ପ୍ରତିବାଦରେ ଶୁକ୍ରବାର  ବିଜେପି କୃଷକମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତା  ଏବଂ  ଶତାଧିକ ଚାଷୀ ଯୋଗାଣମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ବାସଭବନ ଘେରାଓ କରିବା ସହ ରାସ୍ତା ଉପରେ ଧାନ ଢାଳି ପ୍ରତିବାଦ କରିଥିଲେ ।

କୃଷକମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ  ବିଶ୍ୱାଳ କହିଛନ୍ତି ଯେ, ସାରା ରାଜ୍ୟରେ କୃଷକଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି ।  19 ବର୍ଷର ବିଜେଡି ସରକାର ଚାଷୀଙ୍କ ସମସ୍ୟା ଦୂର କରିବା ବଦଳରେ କାଳିଆ ଯୋଜନା ନାମରେ ଭଣ୍ଡାଉଛନ୍ତି ।

 ଏହି ବିକ୍ଷୋଭ ସମାବେଶରେ କୃଷକମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଜଗଦେବ, ସୁକାନ୍ତ ପାଣିଗ୍ରାହୀ, ଉପସଭାପତି  ପ୍ରଦୀପ ସାହୁ, ଦିଲ୍ଲୀପ  ସ୍ୱାଇଁ, ରାଜ୍ୟ ସମ୍ପାଦକ ରଞ୍ଜନ ମଙ୍ଗରାଜ, ଅଶୋକ ମହାନ୍ତି, ରାଜ୍ୟମୁଖପାତ୍ର ସୁଦିପ୍ତ ରାୟ,  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର,  କାଳୁ ଖଣ୍ଡାୟତ, ଆଶ୍ରିତ ପଟ୍ଟନାୟକ, ନରେନ୍ଦ୍ର ନାୟକ, ବିଶ୍ୱ ରଞ୍ଜନ  ବଡଜେନା, ସନ୍ତୋଷ ଜେନା, ଛବି ମଲ୍ଲିକ, ବିଶ୍ୱଜିତ ସ୍ୱାଇଁ,  ମଦନମୋହନ ପ୍ରଧାନ, ସୁବାସ ଗନ୍ତାୟତ, ଶିବ ପ୍ରସାଦ ଶ୍ରୀଚନନ୍ଦନ , ଅଜୟ ପ୍ରଧାନ, ରବିନାରାୟଣ ମହାପାତ୍ର, ବସନ୍ତ ନାୟକ,  ନ୍ୟାୟବ୍ରତ ରାଉତ,  ନନ୍ଦିନୀ ଶତପଥୀ, ବନ୍ଦନା ଦାସ କାନୁନଗୋଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ ।  

Spread the love