ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 

ଫୁଲବାଣୀ :  ସଦର ଥାନାର କେରେଡ଼ି ପଞ୍ଚାୟତ ଅନ୍ତର୍ଗତ କେରେଡ଼ି ଗ୍ରାମ ଶୁଣ୍ଡି ସାହି ଗାଁ ନିକଟ ଏକ ଗଛରୁ ଆଜି  ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ସକାଳେ ଗାଁ ର କିଛି ଲୋକ ଗଛରେ ଯୁବକଙ୍କ ମୃତଦେହ ଝୁଲୁ ଥିବା  ଦେଖିବାକୁ ପାଇଥିଲେ ଏହା ପରେ ଯୁବକଙ୍କ ପରିବାରକୁ ଜଣାଇବା ପରେ ପରିବାର ତରଫରୁ ସଦର ଥାନାରେ ଲିଖିତ ଭାବେ ଜଣାଇଥିଲେ । ଲିଖିତ ଆଧାରରେ ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି। । ମୃତ ବ୍ୟକ୍ତି ଜଣକ କେରେଡ଼ି ଗ୍ରାମ ଶୁଣ୍ଡି ସାହି ସାହିଜି ସାହୁ ଓ ବୟସ ୪୫ ବର୍ଷ ବୋଲି ଜଣା ପଡିଛି । ଅନ୍ୟ ପଟେ ଏହା ପାରିବାରିକ କଳହ କିମ୍ଵା ଅନ୍ୟ ଘଟଣା ତାହା ଜଣା ପଡ଼ି ନ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

 

Spread the love