ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ପ୍ରାୟତଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଏକ ଭଲ ଖବର। ଭାରତୀୟ ରେଳବାଇର ନିଷ୍ପତ୍ତି ଅନୁସାରେ IRCTC ଫେବୃଆରୀ ୧୪ ରୁ ସମସ୍ତ ଟ୍ରେନରେ ଯାତ୍ରୀମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇବ । କରୋନା ମହାମାରୀ ହେତୁ ୨୩ ମାର୍ଚ୍ଚ ୨୦୨୦ରୁ ରେଳବାଇ ଦ୍ୱାରା କ୍ୟାଟରିଂ ସେବା ସ୍ଥଗିତ ରହିଥିଲା।

କୋଭିଡ ମାମଲାରେ ହ୍ରାସ ଘଟିଥିବାରୁ କୋଭିଡ ପ୍ରତିବନ୍ଧକକୁ ହଟାଇ ରେଳବାଇ ଯାତ୍ରୀମାନଙ୍କ ସୁବିଧା ପାଇଁ  ଏହି ସେବାକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଟ୍ରେନରେ ପୁନର୍ବାର ରନ୍ଧା ଖାଦ୍ୟ ଯୋଗାଇବା ପାଇଁ IRCTC ଦ୍ୱାରା ସମସ୍ତ ପ୍ରସ୍ତୁତି କରାଯାଇଛି । ଅଦ୍ୟାବଧି ୮୦ ପ୍ରତିଶତ ଟ୍ରେନରେ ରନ୍ଧା ଖାଦ୍ୟର ସୁବିଧା ଯୋଗାଇ ଦିଆଯାଉଥିଲା। କରୋନା ମାମଲା ହ୍ରାସ ପରେ ୨୨ ଜାନୁୟାରୀ ପର୍ଯ୍ୟନ୍ତ ୮୦% ଟ୍ରେନରେ ରନ୍ଧା ଖାଦ୍ୟ ସେବା ଆରମ୍ଭ ହୋଇଥିଲା ।ବର୍ତ୍ତମାନ ଏହି ସୁବିଧା ଫେବୃଆରୀ ୧୪ରୁ ଅବଶିଷ୍ଟ ଟ୍ରେନରେ ଆରମ୍ଭ ହେବାକୁ ଯାଉଛି । ରାଜଧାନୀ, ଶତାବ୍ଦୀ ଏବଂ ଦୁରନ୍ତ ଭଳି ପ୍ରିମିୟମ ଟ୍ରେନରେ ରନ୍ଧା ଖାଦ୍ୟର ସୁବିଧା ୨୧ ଡିସେମ୍ବରରୁ ଆରମ୍ଭ ହୋଇଛି । ରେଳବାଇର ଏହି ପଦକ୍ଷେପ ପରେ ଯାତ୍ରୀମାନଙ୍କ ପାଇଁ ବଡ ଲାଭଦାୟକ ହେବ। କାରଣ ଦୂରସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀମାନେ ଖାଇବା ପାଇଁ ଅସୁବିଧାର ସମ୍ମୁଖିନ ହେଉଥିଲେ।

 

ଏହାପୂର୍ବରୁ ରେଳବାଇ ପକ୍ଷରୁ ଷ୍ଟେସନର ପରିଷ୍କାର ପରିଚ୍ଛନ୍ନତା ନେଇ ଏକ ପଦକ୍ଷେପ ନିଆଯାଇଥିଲା। ନୂତନ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ରେଳ ପରିସରରେ କିମ୍ବା ଷ୍ଟେସନରେ ଅଳିଆ, ଆବର୍ଜନା ଫିଙ୍ଗିବାର ଦେଖାଯାଏ, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଇଳା ପିଙ୍ଗୁଥିବା ଲୋକଙ୍କ ପାଇଁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ କଡା ପଦକ୍ଷେପ ନେଇଛି, ଏହା ଅଧୀନରେ ବର୍ତ୍ତମାନ ଆବର୍ଜନା ବିସ୍ତାର କରୁଥିବା ଲୋକଙ୍କ ବିରୋଧରେ କଡା ପଦକ୍ଷେପ ନିଆଯିବ।

 

Spread the love