ଜେଲରୁ ମୁକୁଳିଲେ ସାରଥି

ସାରଥି ଓରଫ୍ ସନ୍ତୋଷ ରାଉଳ ଆଜି ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି।  ୪ ବର୍ଷ ପରେ ଆଜି ସେ ମୁକୁଳିଛନ୍ତି। ଚୌଦ୍ୱାର ଜେଲରୁ ମୁକୁଳିଥିବା ସାରଥୀଙ୍କୁ କଡ଼ା ସୁରକ୍ଷା ବଳୟରେ ପୁଲିସ ରଖିଛି। ହାଇକୋର୍ଟଙ୍କ ଜାମିନ ଆଦେଶକୁ ଆଜି କେନ୍ଦ୍ରାପଡ଼ା SDJM କୋର୍ଟରେ ଦାଖଲ କରାଯାଇଥିଲା।  ସେଠାରୁ ଚୌଦ୍ୱାରଜେଲକୁ ରିଲିଜ ଅର୍ଡର୍ ଯାଇଥିଲା। ଏହି ଅର୍ଡ଼ର ଆସିବା ପରେ ଜେଲରୁ ବାହାରିଛନ୍ତି ସାରଥି ।

କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ପକ୍ଷରୁ ଦାଏର ମାମଲାରେ ହାଇକୋର୍ଟ ଜାମିନ ଦେଇଛନ୍ତି। ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏସ୍‌ଡିଜେଏମଙ୍କ ବିନା ଅନୁମତିରେ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ଏପରିକି ସଭାସମିତି କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

ସାରଥୀ ଜେଲରୁ ମୁକୁଳି ଥିଲେ ମଧ୍ୟ ବାରିମୂଳ ଆଶ୍ରମକୁ ଯାଇପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ୨୦୧୫ରେ ଗିରଫ ହୋଇଥିବା ସାରଥିଙ୍କ ବିରୋଧରେ ମୋଟ୍ ୩ଟି ମାମଲା ଥିବା ବେଳେ ପୂର୍ବରୁ ସେ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଥିଲେ।

Spread the love