ଆଦର୍ଶ ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଯାଜପୁର-ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଳକ ଅନ୍ତର୍ଗତ ରୁଦ୍ରପୁର ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ଦାସଙ୍କର ଗତ ୩ତାରିଖ ଗୁରୁବାର ଦିନ ୬୯ ବର୍ଷ ବୟସରେ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।ଦୀର୍ଘ ତିନି ଦଶନ୍ଧି ଶିକ୍ଷକତା କରି ଅବସର ନେଇଥିବା ଶ୍ରୀଯୁକ୍ତ ଦାସ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ,ପରୋପକାରୀ ମିଷ୍ଟଭାଷୀ ଏବଂ ମେଳାପୀ ପ୍ରବୃତୀର ଥିଲେ।ତାଙ୍କ ବିୟୋଗରେ ସମଗ୍ର ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର, କନ୍ୟା,ଜ୍ବାଇଁ ଓ ଅନ୍ୟ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ।

Spread the love