ଭୁବନେଶ୍ୱର ଓ କଟକରେ ସ୍ଵେଚ୍ଛାସେବୀ ନିଯୁକ୍ତ

ଭୁବନେଶ୍ୱର :  ଭୁବନେଶ୍ୱର ଓ କଟକ ମହାନଗରରେ ପୁଣି ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀ ନିଯୁକ୍ତ ହେବେ। ଏଥିପାଇଁ ଚୟନ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବ । ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ପୁଣି ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀ ନିଯୁକ୍ତ ହେବେ। ଦୁଇ ନଗରୀରେ ୩୨୦ ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀ ଭାବେ ନିଯୁକ୍ତ କରାଯିବ ।
ଭୁବନେଶ୍ୱର ପାଇଁ ୨୦୦ ଜଣ ଓ କଟକରେ ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ । ଏହି ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀଙ୍କୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ଦୁଇ ମହାନଗରର ବିଭିନ୍ନ ଛକରେ ମୁତୟନ କରାଯିବ ବୋଲି କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ଜଣାପଡିଛି ।

Spread the love