ପଞ୍ଚାୟତ ନିର୍ବାଚନ: ପ୍ରଚାର ବେଳେ ମୁହାଁମୁହିଁ ଦୁଇ ଗୋଷ୍ଠୀ

ଭଦ୍ରକ 14।୦2: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଆଉ ଗୋଟିଏ ଦିନ ବାକି ରହିଛି। ତେଣୁ ପ୍ରାର୍ଥୀଙ୍କ ତରଫରୁ ପ୍ରଚାର ଜୋରସୋର ଚାଲିଛି। ତେବେ  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ରାଜେନ୍ଦ୍ରପୁର ଠାରେ ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣ ଆହତ ହୋଇଛନ୍ତି।

ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ବିଭିନ୍ନ ସାହିରେ ପ୍ରଚାର କରୁଥିବା ବେଳେ ଅନ୍ୟ ଦଳର କିଛି କର୍ମୀ ମାନେ ସେଠାରେ ପହଞ୍ଚି କୌଣସି କାରଣକୁ ନେଇ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି ।  ପରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।  ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି ।  ଘଟଣାସ୍ଥଳରେ ଧାମନଗର ପୋଲିସି ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି ।

Spread the love