ବିଶ୍ୱରେ ବଢ଼ୁଛି ବୈଦ୍ୟୁତିକ ଯାନର ଚାହିଦା

ନୂଆଦିଲ୍ଲୀ: ବିଶ୍ୱରେ ବଢ଼ୁଛି ବୈଦ୍ୟୁତିକ ଯାନର ଚାହିଦା । ସମଗ୍ର ବିଶ୍ୱରେ ବର୍ତ୍ତମାନ ବୈଦ୍ୟୁତିକ ଯାନର ଚାହିଦା ବଢ଼ୁଥିବା ବେଳେ, ବୈଦ୍ୟୁତିକ ଯାନ ବିକ୍ରି ମଧ୍ୟ ବଢ଼ିବାରେ ଲାଗିଛି । ଏହାକୁ ନେଇ ଅଷ୍ଟ୍ରେଲିଆର ଅଟୋମୋବାଇଲ ଶିଳ୍ପରେ ଏକ ନୂତନ ପରିବର୍ତ୍ତମନ ଆସିପାରେ । କୁହାଯାଉଛି କିଛି ବର୍ଷ ମଧ୍ୟରେ ବୈଦ୍ୟୁତିକ ଯାନ ଉତ୍ପାଦନକୁ ନେଇ ଅଷ୍ଟ୍ରେଲିଆରେ ଭଲ ସ୍ଥିତି ଉପୁଜିପାରେ ।

ଏକ ରିପୋର୍ଟ ଅନୁସାରେ ଏହାକୁ ନେଇ ଏକ ଦାବି କରାଯାଇଛି । କୁହାଯାଇଛି ଅଷ୍ଟ୍ରେଲିଆରେ ଲିଥିୟମର ସର୍ବ ବୃହତ ଭଣ୍ଡାର ଅଛି, ଯାହାକି ଇଭି ବ୍ୟାଟେରୀ ତିଆରିରେ ବ୍ୟବହୃତ ଏକ ପ୍ରମୁଖ ଖଣିଜ ପଦାର୍ଥ । ଦେଶରେ ବର୍ତ୍ତମାନ ୭୯୦ ନିୟୁତ ଡଲାରର ଲିଥିୟମ୍ ଭଣ୍ଡାର ଅଛି । ଯାହାକୁ କାର୍ଯ୍ୟକାରୀ କରିବାକୁ ଅଷ୍ଟ୍ରେଲିଆ ଚାହୁଁଛି । ବୈଦ୍ୟୁତିକ ଯାନ ଗୁଡ଼ିକ ଲିଥିୟମର ସଂରକ୍ଷଣକୁ ବ୍ୟାଟେରୀରେ ପ୍ରକ୍ରିୟାକରଣ ଶିଳ୍ପକୁ ୧୫.୮ ବିଲିୟନ ଡଲାରରେ ପହଞ୍ଚାଇପାରେ ।  ଯାହାଦ୍ୱାରା ବୈଦ୍ୟୁତିକ ଯାନ ଦେଶର ଅଟୋ ଶିଳ୍ପକୁ ଆଗକୁ ନେଇପାରିବ ।

ଅଷ୍ଟ୍ରେଲିଆରେ କାର୍‍ ଉତ୍ପାଦନ ମଧ୍ୟ କରାଯାଉଛି । ଅଟୋ ମୋବାଇଲ ଶିଳ୍ପ ପ୍ରତିବର୍ଷ ପ୍ରାୟ ୫୦୦,୦୦୦ କାର ଉତ୍ପାଦନ କରୁଥିବା ବେଳେ, ଗତ କିଛି ବର୍ଷ ହେବ କାର୍‍ ଉତ୍ପାଦନରେ ହ୍ରାସ ପାଇଛି । କାର୍‍ ଉତ୍ପାଦନକୁ ନେଇ ଜେନେରାଲ୍ ମୋଟର୍ସ ଏକ ଘୋଷଣା କରିଥିଲା । ସେ ତାର ବିବୃତିରେ କହିଥିଲା କି ହୋଲଡେନ୍ କମ୍ପାନୀ ତାର କାର୍‍ ଉତ୍ପାଦନ ବନ୍ଦ କରିବ । ପରେ ପରେ ଟୟୋଟା ମଧ୍ୟ ସମାନ ଘୋଷଣା କରିଥିଲା । ହେଲେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ବୈଦ୍ୟୁତକ ଯାନକୁ ନେଇ ଉତ୍ସାହିତ ବଢ଼ିଛି । ସାରା ବିଶ୍ୱରେ ବୈଦ୍ୟୁତିକ ଯାନର ଚାହିଦା ବଢ଼ୁଥିବା ବେଳେ, ଦେଶ ଏହାକୁ ଉତ୍ପାଦନ କରିବ ।

Spread the love