ଟ୍ରକ୍ ବାଲା ନିଜ ଜୀବନ ସହ ଖେଳି ବଞ୍ଚାଇଲା ଥିଲା ଏକ ଝିଅର ଇଜ୍ଜତ, ୪ ବର୍ଷପରେ ସେହି ଝିଅ କିଛି ଏହି ପରି ଭାବରେ ଋଣ ଶୁଝିଲl …

ଏମିତି ଆପଣ କଥା ଆପଣ ଶୁଣିଥିବେ କି ଯାହାର କେହି ନଥାନ୍ତି , ତାର ଭଗବାନ ଥାନ୍ତି , ଅସୁବିଧା ପଡିଲେ ଲୋକେ ଭଗବାନଙ୍କୁ ମନେ ପକାଇଥାନ୍ତି । ଯଦି ଭଗବାନଙ୍କୁ ପୁରା ସତ୍ ହୃଦୟରେ ଡକାହୁଏ ତେବେ ତାପାଇଁ ଭଗବାନ ନିଶ୍ଚିତ କିଛି ଫଳ ଦେଇଥାନ୍ତି । ଆଜି ଆମେ ପିଲିଭିତ୍ ଓ ଟନକ୍ ପୁର୍ ମାର୍ଗ ଠାରେ ଥିବା ହରଦୟାଲପୁର୍ ଗାଁର ଏକ ଘଟଣା ବିଷୟରେ କିଛି କହିବୁ, ଓ ଏହାକୁ ଜାଣିଲା ପରେ ଆପଣ ବି ଏହି କଥାକୁ ବିଶ୍ୱାସ କରିନେବେ ।ଏହି ଗାଁର ପାଖାପାଖି ବହୁତ ଘଞ୍ଚ ଜଙ୍ଗଲ ଅଛି । ଓ ଗାଁ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ସାବିତ୍ରୀ ଦେବୀଙ୍କ ଚାଳିଆ ଅଛି ।

ସାବିତ୍ରୀ ଦେବୀ ନିଜ ଚାଳିଆରେ ୧୭ ବର୍ଷୀୟ ଝିଅ କିରଣ ସହ ରହୁଛନ୍ତି । ସାବିତ୍ରୀଙ୍କ ସ୍ୱାମୀ ୪ ବର୍ଷ ପୂର୍ବରୁ ଦୁନିଆଁରୁ ଚାଲିଯାଇଛନ୍ତି । ସ୍ୱାମୀ ଚାଲିଗଲା ପରେ ମା ଓ ଝିଅ ପୁରା ଏକୁଟିଆ ହୋଇଯାଇଛନ୍ତି । କିଛି ଦିନ ପୂର୍ବରୁ ମା ଝିଅ ନିଜ ଚାଳିଆ ଘରେ ଶୋଇଥିଲେ । ସେତେବେଳେ କିଛି ଗୁଣ୍ତା ଆସି ତାଙ୍କ ଘର ଉପରେ ଆକ୍ରମଣ କରିଦେଇଥିଲେ । ସେହି ସମୟ ପ୍ରାୟ ୧।୩୦ ହେଇଥିଲା । ସେତେବେଳେ ସେହି ଗୁଣ୍ତା ମାନେ ସାବିତ୍ରୀ ଦେବୀଙ୍କ ଝିଅ କିରଣକୁ ଉଠାଇନେଲେ ଓ ଜଙ୍ଗଲ ଆଡକୁ ପଳେଇଲେ , ସେତେବେଳେ କିରଣ ବହୁତ ଚିତ୍କାର କରିଥିଲେ କିନ୍ତୁ ସେହି ଜାଗାରେ କେବଳ ୨ ଜଣ ଥିବାରୁ କିଛି କରିପାରିନଥିଲେ ।

କିନ୍ତୁ ସେହି ସମୟରେ ଏକ ବ୍ୟକ୍ତି କିରଣର ଜୀବନରେ ଦେବତା ହୋଇ ଆସିଲା । ଯେତେବେଳେ ଗୁଣ୍ତା ମାନେ କିରଣଙ୍କୁ ଜଙ୍ଗଲ ଆଡକୁ ନେଇ ଯାଉଥିଲେ ସେତେବେଳେ ଗୋଟେ ଟ୍ରକ୍ ଯାଉଥିଲା । ଟ୍ରକ୍ ଡ୍ରାଇଭର ଅସଲମ୍ ଯେତେବେଳେ କିରଣର ଚିତ୍କାର ଶୁଣିଲେ ସେତେବେଳେ ନିଜ ଟ୍ରକକୁ ଅଟକାଇଥିଲେ । ଓ ସେ ନିଜର ଏକ ସାଙ୍ଗ ସହ ଜଙ୍ଗଲ ଆଡକୁ ଗଲେ । ସେତେବେଳେ ସେ ପହଞ୍ଚି ଦେଖିଲେ ଯେ ସେହି ଗୁଣ୍ତା ମାନେ କିରଣକୁ ବଳାତ୍କାର କରିବାକୁ ଉଦ୍ୟମ କରୁଛନ୍ତି ।ଏହା ଦେଖି ତୁରନ୍ତ ଅସଲମ୍ ଦୁଇ ହାତରେ ସେ ଗୁଣ୍ତାକୁ ଧରିପକାଇଲା । ଓ ଦ୍ୱିତୀୟ ଗୁଣ୍ତାକୁ ତାର ମୁଣ୍ତ ଉପରକୁ ଆକ୍ରମଣ କଲା ।

ଅସଲମ୍ କୁ ଗଭୀର କ୍ଷତ ହୋଇଥିଲା କିନ୍ତୁ ସେ ହାର୍ ମାନି ନଥିଲା , ଓ କିରଣକୁ ବଞ୍ଚେଇବା ପାଇଁ ଲାଗିପଡିଲା । ପରିଶେଷରେ ଗୁଣ୍ତା ମାନେ ସେହି ଜାଗା ଛାଡି ପଳେଇଲେ । ଅସଲମ୍ ପରିଶେଷରେ କିରଣର ଇଜ୍ଜତ ବଞ୍ଚେଇପାରିଲା ।ଗଭୀର ଆଘାତ ଯୋଗୁଁ କିଛି ଦିନ ପାଇଁ ମେଡିକାଲ୍ ରେ ଥିଲା । ଠିକ୍ ହେଲା ପରେ ଅସଲମ୍ ସାବିତ୍ରୀ ଓ ତାଙ୍କ ଝିଅ କିରଣକୁ ଦେଖିଲା ଓ ସେଠୁ ପଳାଇଆସିଲା । ଏହି ଘଟଣାକୁ ୪ ବର୍ଷ ହୋଇସାରିଥିଲା । ଅସଲମ୍ କୌଣସି କାମରେ ସେହି ରାସ୍ତା ଦେଇ ଯାଉଥିଲା । ଟ୍ରକ୍ ହଠାତ୍ କିଛି କାରଣରୁ ନିଆଁ ଲାଗିଯାଇଥିଲା , ଓ ଯାଇ ଗାତରେ ଗଳି ପଡିଲା । ସେ ବି ଯାଇ ସେ ଗାତରେ ପଡିଲା ।

ସେ ଗାତ ସାବିତ୍ରୀ ଦେବୀଙ୍କ ଘରଠାରୁ ପ୍ରାୟ ୧ କିଲୋମିଟରେ ଦୂରରେ ଥିଲା । ଅଚାନକ ରାତିରେ ଏପରି ଶଦ୍ଧ ଶୁଣି ସାବିତ୍ରୀ ଓ ତାଙ୍କ ଝିଅଙ୍କ ନିଦ ଭାଙ୍ଗିଗଲା । ଶଦ୍ଦ ଶୁଣି ମା ଓ ଝିଅ ସେ ଗାତ ପାଖରେ ପହଞ୍ଚିଥିଲେ । ସେମାନେ ଯେମିତି ସେମିତି କରି ଅସଲମ୍ ର ଜୀବନ ବଞ୍ଚେଇଲେ ଓ ତାକୁ ଘରକୁ ନେଇ ଆସିଥିଲେ । ସେମାନେ ଆଘାତ ପାଇ ଥିବା ଅସଲମ୍ କୁ ଡାକ୍ତର ଡକେଇ ଚିକିତ୍ସା କଲେ । ଯେତେବେଳେ ଅସଲମ୍ କୁ ହୋସ୍ ଆସିଲା ସେ କିରଣକୁ ଚିହ୍ନିପାରିଥିଲା । ସେତାପରେ କିରଣ କୁ ପଚାରିଥିଲା କି ତୁମେ ସେହି ଝିଅକି ଯାହାକୁ ଗୁଣ୍ତା ମାନେ ଉଠାଇ ନେଇଥିଲେ । ଏହାଶୁଣି କିରଣ ବି ଅସଲମ୍ କୁ ଚିହ୍ନିପାରିଲା ଓ କୁଣ୍ଠାଇ କାନ୍ଦିବାକୁ ଲାଗିଲା । ଅସଲମ୍ ବି କାନ୍ଦିଥିଲା , ତାପରେ କିରଣ ତାକୁ ଭାଇ କରିଥିଲା ,ଓ ସବୁ ରକ୍ଷା ବନ୍ଧନ ଦିନ ସେ ଅସଲମ୍ କୁ ରାକ୍ଷୀ ବାନ୍ଧୁଛି l

Spread the love