ଉଇଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ସ୍ମୃତିଚାରଣ 

ଓଡ଼ିଶା ନାଗରିକ ସମାଜର ପୂର୍ବତନ ସଭାପତି ତଥା କେନ୍ଦୁଝର ନାଗରିକ ସମାଜର ସଭାପତି ଉଇଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ

ଏକାଦଶାହ ଉପଲକ୍ଷେ ଓଡ଼ିଶା ନାଗରିକ ସମାଜ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ନୂଆପଲ୍ଲୀ ସ୍ଥିତ ସ୍ନେହ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି।ଓଡ଼ିଶା ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାରମ୍ଭରେ ସ୍ବର୍ଗତଃ ସାହୁଙ୍କ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯିବା ସହିତ ଖଦି ସୁତାମାଳ ପୂର୍ବକ ଶ୍ରଦ୍ଧା ଜ୍ଞାପନ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡ଼ଃ ଭଗବାନ ପ୍ରକାଶ ଗଭୀର ଶୋକବ୍ୟକ୍ତ କରିବା ସହିତ ସ୍ବର୍ଗତଃ ସାହୁଙ୍କ ମହତ ବିଚାର ଧାରାକୁ ଆଗକୁ ନେଇ ପାରିଲେ ତାଙ୍କ ପ୍ରତି ଉଚିତ ଶ୍ରଦ୍ଧା ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତଃ ସାହୁଙ୍କ ଭିଣୋଇ ଶ୍ରୀ ସମରେନ୍ଦ୍ର ମହାନ୍ତି ଯୋଗ ଦେଇ ଅମର ଆତ୍ମାର ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ। ଓଡ଼ିଶା ନାଗରିକ ସମାଜର କର୍ମକର୍ତ୍ତା ମାନଙ୍କ ସହିତ ସ୍ନେହ ଅନୁଷ୍ଠାନର ମୁଖ୍ୟ ଶ୍ରୀମତି ସୁବର୍ଣା ଘୋଷ ଓ ସମସ୍ତ କର୍ମଚାରୀ ବୃନ୍ଦ ଯୋଗଦେଇ ସେମାନଙ୍କ ଶ୍ରଦ୍ଧା ପୁଷ୍ପ ଅର୍ପଣ କରିଥିଲେ।ଶ୍ରୀମତି ବିନୋଦିନୀ ଦେବୀ, ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି , ଡ଼ଃ ରୀନା ରାଉତରାୟ , ବାସୁଦେବ ଭଟ୍ଟ , ଅପର୍ଣ୍ଣା ନାୟକ , ଜ୍ୟୋସ୍ନା ଦାସ , ସୁବାସ ଚନ୍ଦ୍ର ପଣ୍ଡା, ସତ୍ୟ , ବଂଶୀଧର ପରିଡା ପ୍ରମୁଖ କର୍ମକର୍ତ୍ତାମାନେ କିରଣ ସାହୁଙ୍କ ସ୍ମୃତି ରୋମାନ୍ଥନ କରିବା ସହିତ ତାଙ୍କର ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।

Spread the love